BhanjanagarDistrictOdisha

କାର ସହ ଗଞ୍ଜେଇ ଜବତ ; ୩ ଯୁବକ ଗିରଫ

ଭଞ୍ଜନଗର, ୧୮/୯: ବ୍ୟବସାୟିକ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାରୁ ଏକ କାର ଯୋଗେ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ତିନି ଯୁବକକୁ ଭଞ୍ଜନଗର ଅବକାରୀ ବିଭାଗ ଗିରଫ କରିଛି। ମାଜିଷ୍ଟ୍ରେଟ ଫକୀର ଜୀବନ ନାୟକଙ୍କ ଉପସ୍ଥିତରେ ସେମାନଙ୍କ ଠାରୁ ୪୫ କେଜି ଗଞ୍ଜେଇ ସହ ଏକ ଏରଟିଗା କାର ଜବତ କରାଯାଇଛି।

ଗିରଫ ଯୁବକ ମାନେ ହେଲେ କୋଦଳା ଥାନା ଧାନପୁରର ବାବୁଲା ଭୂୟାଁ (୨୪),ଜଗନ୍ନାଥ ବିଷୋୟୀ(୧୮) ଏବଂ କବିସୂର୍ଯ୍ୟନଗର ଥାନା ସାନ୍ତରାପୁର ଗ୍ରାମର ପ୍ରଦୀପ ବିଷୋୟୀ (୨୪)। ତିନି ଯୁବକ ଏକ କାରରେ ଗଞ୍ଜେଇ ଧରି ଫୁଲବାଣୀରୁ ଗଞ୍ଜାମ ଅଭିମୁଖେ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ଭଞ୍ଜନଗର ବାଇପାସ ରୋଡ଼ରେ ପିଛା କରି ଅବକାରୀ ବିଭାଗ କାବୁ କରିଥିଲା।

ଏ ନେଇ ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ କେସନଂ ୪୫/୨୫-୨୬ ରେ ମାମଲାରେ ରୁଜ୍ଜୁ କରାଯାଇ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଡମ୍ବରୁଧର ହରିଜନ ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ଅବକାରୀ ଓଆଇସି ଅଲିଭା ମାଝୀ,ଏଏସଆଇ ରାଧା ମୋହନ ସାହୁ,ଜଗନ୍ନାଥ ନାହାକ,ସୁବଳ ପ୍ରଧାନ,କୃଷ୍ଣଚନ୍ଦ୍ର ସେଠୀ, ଦୀପକ ରଞ୍ଜନ ସାହୁ ସାମିଲ ହୋଇଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button