BhanjanagarDistrictOdisha
ଭଞ୍ଜନଗର ପୁଲିସ୍ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ

ଭଞ୍ଜନଗର, ୧୭/୯: ଏକ ପେଡ ମା କେ ନାମ ଅଭିଯାନରେ ଆଜି ଭଞ୍ଜନଗର ପୁଲିସ୍ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଉପଖଣ୍ଡ ପୁଲିସ୍ ଅଧିକାରୀ ଡ.ଦିପକ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଆଜି ଏସ୍ଡିପିଓ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଫଳନ୍ତି ଚାରା ରୋପଣ କରାଯାଇଥିବା ବେଳେ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ଏକ ସଚେତନ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏଥିରେ ସମ୍ବାଦ ସାହିତ୍ୟ ଘର,ବିପଦର ବନ୍ଧୁ,ଅଟୋ ଚାଳକ ସଂଘ ଏବଂ ପୁଲିସ୍ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ। ସମ୍ବାଦ ସାହିତ୍ୟ ଘର ସଭାପତି କୃତ୍ତିବାସ ବିଶ୍ବାଳ,ଜଗବନ୍ଧୁ ଜେନା,ସନ୍ତୋଷ ଜେନା,ଅନୁପମ ବାନାର୍ଜି,ଶୂଳପାଣି ଶତପଥୀ,ସନ୍ତୋଷ ତିଆଡି,ରୀତାରାଣୀ ମହାପାତ୍ର,ଏସ୍ଆଇ ଜ୍ୟୋତ୍ସାମୟୀ ସାହୁ,ଏଏସ୍ଆଇ ଶରତ ଚନ୍ଦ୍ର ପଣ୍ଡା,ରୁଦ୍ର ପ୍ରସାଦ କହଁର ପ୍ରମୁଖ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।