BhanjanagarDistrict
ଶାଗୁଆନ୍ କାଠ ଗଣ୍ଡି ଓ ୧୬ସିଫ୍ଟ ପଟ୍ଟା ଜବତ ; ୩ ଗିରଫ

ଭଞ୍ଜନଗର, ୧୫/୯ : ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳରେ ବେଆଇନ ଭାବେ ଶାଗୁଆନ୍ କାଠ କାଟୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି।
ଏହି ବନାଞ୍ଚଳ ଅଧିନ ଗାୟାଗଣ୍ଡା ସେକ୍ସନ କଦଳିଗଡ ଗ୍ରାମ ନିକଟ ଏକ କାଜୁ ଜଙ୍ଗଲରେ ଶାଗୁଆନ୍ କାଠ ଗଣ୍ଡି କଟା ଚାଲିଥିବା ଖବର ପାଇ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ବନ ବିଭାଗ କର୍ମଚାରୀ ଙ୍କୁ ନେଇ ଉକ୍ତ ସ୍ଥାନରେ ଚଢାଉ କରିଥିଲେ।
ସେଠାରେ ବେଆଇନ କାଠ କାଟିବା ଅଭିଯୋଗରେ ତିନି ଜଣକୁ ଗିରଫ କରିବା ସହ ଶାଗୁଆନ୍ କାଠ ଗଣ୍ଡି ଓ ୧୬ସିଫ୍ଟ କାଠ ପଟ୍ଟା ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଘୁଆ ଗ୍ରାମର ସତୁର ନାୟକ, ସୂର୍ଯ୍ୟ ନାୟକ ଓ ଶଙ୍କର ନାୟକ।
କାଠ ଗଣ୍ଡି ସହ ସେମାନଙ୍କ ନିକଟରୁ ଏକ ବାଇକ୍ ମଧ୍ୟ ବନ ବିଭାଗ ଜବତ କରିଛି।ଏନେଇ ଏକ ମାମଲା ରୁଜୁ କରି ବନବିଭାଗ ତଦନ୍ତ ଚଳାଇଛି। ଏହି ଚଢାଉରେ ବନପାଳ ଶୁଭସ୍ମିତା ଦାସ, ବନରଖି ସନ୍ତୋଷ କୁମାର ଗୌଡ଼ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ।