DistrictKoraput

ନାଲକୋ କମ୍ପାନୀକୁ ଦିଆଯିବନି ମାଠି l ସେରୁବନ୍ଦର ତୀବ୍ର ଆନ୍ଦୋଳନ କଲେ ସୁରକ୍ଷା ସମିତି।

ଦାମନଯୋଡି, ୧୫/୦୯: ମରିବୁ ପଛେ ଡରିବୁ ନାହିଁ ଭିଟା ମାଠିକୁ ଛାଡ଼ିବୁ ନାହିଁ l ନାଲକୋ କମ୍ପାନୀ ଗୋ ବେକ l ସେରୁବନ୍ଦ ସୁରକ୍ଷା ସମିତି ଜିନ୍ଦାବାଦ ନାରା ବାଜିରେ କମ୍ପି ଉଠିଲା କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସେରୁବନ୍ଦ ଅଞ୍ଚଳରେ l ଆଜି ପଟାଙ୍ଗୀ ବ୍ଲକର ଚାରୋଟି ପଞ୍ଚାୟତ ମାଳିପୁଟ, କୋଟିଆ, ନୁଆଗାଁ, ପଟାଙ୍ଗୀ ଓ ସେମିଲିଗୁଡ଼ାର ଖୁଡ଼ି, ସୋରିଷପଦର ପଞ୍ଚାୟତର ଲୋକେ ଆସିଥିବା ବେଳେ l

କୋରାପୁଟ ଜିଲ୍ଲାର ବିଭିନ୍ନ ସଂଗଠନ ଯଥା ସେମିଲିଗୁଡ଼ାର ମାଳିପର୍ବତ ସୁରକ୍ଷା ସମିତି,ବାଲଡା ମା ନାଗେଶଶ୍ୱରୀ ସୁରକ୍ଷା ସମିତି, ହାଲ ବିସ୍ଥାପିତ ସଙ୍ଘ ସୁନାବେଡ଼ା, ଚିନାମାଠି ସୁରକ୍ଷା ମଞ୍ଚ ଓ କଡ଼ିଙ୍ଗା ମାଳି ସୁରକ୍ଷା ସମିତି ଲଷ୍ମୀପୁରରୁ ପ୍ରାୟ ଚାରିରୁ ପାଞ୍ଚ ହଜାର ଲୋକେ ଆସି ପଟାଙ୍ଗୀ ଗଙ୍ଗାମା ମନ୍ଦିର ଠାରୁ ଏକ ବିଶାଳ ସଭାଯାତ୍ରାରେ ବାହାରି ପଟାଙ୍ଗୀ ପରିକ୍ରମା କରି ପଟାଙ୍ଗୀ ତହସିଲଦାର ଜରିଆରେ ମହା ମହିମ ରାଷ୍ଟ୍ରପତିକୁ ସେରୁବନ୍ଦ ଖଣି ଲିଜ ବାତିଲ ଦାବିକରି ଏକ ସ୍ମାରକ ପତ୍ର ପ୍ରଧାନ କରିଥିବା ଦେଖିବାକୁ ମିଳିଛି l

ଯଦି ଆଗାମୀ ଦିନରେ ସେରୁବନ୍ଦ ପାହାଡ଼ର ଖଣି ଖନନ କରିବାକୁ ସରକାର ଚେଷ୍ଟା କରେ ତେବେ ଆନ୍ଦାଳନ ଉଗ୍ରରୂପ ନେବ ବୋଲି ସୁରକ୍ଷା ସମିତିର ସଭାପତି ରବି ଖରା ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି l

ଅନେକ ସଂଗଠନରୁ ଆସି ଆନ୍ଦାଳନରେ ସାମିଲ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି ଆସି ସୁରକ୍ଷା ସମିତିଙ୍କୁ ଉସାହିତ କରିଥିବା ବେଳେ ପଟାଙ୍ଗୀ ବ୍ଲକ ଓ ସେମିଲିଗୁଡା ବ୍ଲକର ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ ଓ ସଂଗ୍ରାମୀ ସାଥି ଜଗଦେଇଥିବା ଦେଖିବାକୁ ମିଳିଛି l

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button