District

କ।ମରେ ଲ।ଗୁନି ଶୌଚାଳୟ

କାମରେ ଲାଗୁନି ଶୌଚାଳୟ

ଚନ୍ଦାହାଣ୍ଡି, ୧୫/୯: ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡ଼ା ନଈକୂଳରେ ଥିବା ଶୌଚାଳୟ ରକ୍ଷଣାବେକ୍ଷଣ ଅଭାବରୁ କାମରେ ଲାଗିପାରୁନି। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସ୍ବଚ୍ଛଭାରତ ମିଶନରେ ନିର୍ମାଣ ହୋଇଥିବା ଏହି ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ଲଟାବୁଦା ଭିତରେ ଲୁଚି ରହିଛି। ସ୍ଥାନୀୟ ପଞ୍ଚାୟତ ଏହାର ମରାମତି କରି କାର୍ଯ୍ୟକ୍ଷମ କରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଶୌଚାଳୟରେ ପାଣି ବ୍ୟବସ୍ଥା ହୋଇନଥିବା ବେଳେ କବାଟ, ପାନ୍ ଭାଙ୍ଗିଯିବା ସହ ବର୍ତ୍ତମାନ ଏହା ଉପରେ ଲଟାବୁଦା ମାଡ଼ିଯାଇଛି! ନିର୍ମାଣ ହେବାର କିଛିଦିନ ପରେ ଏହା ଆଉ କାମରେ ଆସୁନି ପ୍ରତ୍ୟେକ ଦିନ ଲୋକେ ପାଣି ଢାଳ ନେଇ ଖୋଲା ପଡ଼ିଆକୁ ଯାଉଛନ୍ତି। ପରିବେଶ ସୃଚ୍ଛତା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ଶୌଚାଳୟକୁ ତୁରର କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button