ମଙ୍ଗଳମ ଟିମ୍ବର ର ବାୟୁ ପ୍ରଦୂଷଣ ବନ୍ଦ ପ।ଇ ଦ।ବି
ମଙ୍ଗଳମ ଟିମ୍ବରର ବାୟୁ ପ୍ରଦୂଷଣ ବନ୍ଦ ପାଇଁ ଦାବି
ନବରଙ୍ଗପୁର,୧୫/୯
ନବରଙ୍ଗପୁର କୁସୁମୀ ଗ୍ରାମ ସ୍ଥିତ ମଙ୍ଗଳମ ଟିମ୍ବର କାରାଖାନାର ବାୟୁ ପ୍ରଦୂଷଣ ବନ୍ଦ କରିବାକୁ ଦାବି ହୋଇଛି । ୧୯୮୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ୨୦୦ ଏକରରେ ରହିଥିବା ଏହି ଜାରାଖାନାରେ ଏମଟିଏଫ ବୋର୍ଡ ଉତ୍ପାଦନ ହେଉଛି । ଏହି କାରାଖାନାରେ କଞ୍ଚାମାଲି ରୂପେ ପ୍ରାୟତଃ ନିଗିରୀ, ଆମ୍ବ, କାଜୁ କାଠ ବ୍ୟବହାର କରାଯାଇଥାଏ I କଞ୍ଚାମାଲ = ରୂପେ ବ୍ୟବହୃତ ନିଳଗିରୀ କାଠ ପାଇଁ ବହୁଳ ପରିମାଣରେ ନିଜଗିରୀ ଚାରା ବନିକରଣ କରିବା ଦ୍ୱାରା ଅଞ୍ଚଳର ଭୂତଳ ଜଳ ସ୍ତର ହ୍ରାସ ପାଇବା ସହ ଜଳ ଅଭାବ ପରିସ୍ଥିତ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ
କାରାଖାନାରୁ ନିର୍ଗତ ଧୂଆଁ ଓ ପାଉଁଶ ଅଞ୍ଚଳରେ ପରିବେଶ ଦୂଷିତ କରୁଛି । କାରାଖାନାରେ ବାଷ୍ପ ଚାଳିତ ଇଞ୍ଜିନ ଦ୍ଵାରା ପ୍ରଥମେ ବିଦ୍ୟୁତ ଉତ୍ପାଦନ ହେବା ପରେ ଉକ୍ତ ଉତ୍ପାଦିତ ବିଦ୍ୟୁତ ଶକ୍ତି ଦ୍ଵାରା କାରାଖାନାରେ ଏମ ଡି ଏଫ ବୋର୍ଡର ଉତ୍ପାଦନ କରାଯାଇଥାଏ । ତେବେ ବାଷ୍ପ ଚାଳିତ ଇଞ୍ଜିନକୁ ପରିଚାଳନା କରିବା ପାଇଁ କୋଇଲା ପ୍ରଚୁର ପରିମାଣରେ ବ୍ୟବହାର କରା ଯାଇଥାଏ। ଏଠାରେ କିନ୍ତୁ କୋଇଲାର ପରିମାଣ ହ୍ରାସ କରିବା ସହ ବୋର୍ଡର ବଳକା ବଟି ଅଂଶକୁ, କୋଇଲା ସହ ମିଶ୍ରଣ କରି ବ୍ୟବହାର ଭଲିଶା ହାରା ବାୟୁ ପ୍ରଦୂଷଣ ହେଉଥିବା ଜଣାପଡିଛି । ଚିମିନିରୁ ନିର୍ଗତ ଧୂଆଁ ଓ ପାଉଁଶ କୁସୁମୀ ଗ୍ରାମ ସମେତ ଏହାର ପାରିପାର୍ଶ୍ୱରେ ରହିଥିବା ଗାନ୍ଧି ନଗର, ହିଲ୍ଲୀ,
ଇଚ୍ଛାବତୀଗୁଡା, ଜାମାଲ କଲୋନୀ, ଦ୍ୱାରୀକା ନଗର, ବେହେରାଗୁଡା ଆଦି ଅଞ୍ଚଳରେ ଧୂଆଁମୟ କରିବା ସହ ରାସାୟନିକ ମିଶ୍ରିତ ପାଉଁଶ ଓ କାଠ ଗୁଣ୍ଡର ଆସ୍ତରଣ ଜମୁଛି । କାରାଖାନାରେ ମେଲାମାଇନ, ଫରମାଲିନ୍ ଭଳି ବିଶାକ୍ତ ରାସାୟନିକ ଦ୍ରବ୍ୟ ବୋର୍ଡ ପ୍ରସ୍ତୁତି କାର୍ଯ୍ୟରେ ବ୍ୟବହାର ହେଉଥିବା କୁହାଯାଉଛି । ଏଥୁରୁ ନିର୍ଗତ ଧୂଆଁ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ଦ୍ଵାରା ପରିବେଶ ଦୂଷିତ ହୋଇ ଲୋକ ମାନେ ଶ୍ଵାସ, କର୍କଟ, ହୃଦରୋଗ ଭଳି ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ୪୧ ବର୍ଷ ପୂର୍ବର ନବରଙ୍ଗପୁର ସହର ଓ ବର୍ଭମାନ ସ୍ଥିତିର ସହର ମଧ୍ୟରେ ଭୌଗଳିକ ମାନଚିତ୍ର ଢେର ପରିବର୍ତ୍ତନ ହୋଇ ସାରିଛି। କାରାଖାନା ସହର ସମେତ ୨୦୧ ନମ୍ବର
ଜାତୀୟ ରାଜପଥ ଠାରୁ ଆକାଶ ମାର୍ଗରେ ମାତ୍ର ଏକ କି.ମି ରହିଥିବାରୁ ଜନବସତି ଉପରେ ଏହାର କୁପ୍ରଭାବ ପଡୁଥିବା ଦେଖାଯାଉଛି । ନୂତନ ସରକାର ସହରାଞ୍ଚଳ ଏବଂ ପ୍ରାଞ୍ଚଳର ସୀମା ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସହର ଠାରୁ କ୍ଲସୁମି ଗ୍ରାମ ସହରାଞ୍ଚଳ ଘୋଷିତ ହେବାର ଆଶଙ୍କା ରହିଛି । ତେବେ ସହରାଞ୍ଚଳରେ ଏଭଳି ବାୟୁ ପ୍ରତ୍ୟୁଷଣ କାରୀ କାରାଖାନା ଚାଲିବ ନା ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରାଯିବ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ପ୍ରଦୂଷଣ ସମସ୍ୟାକୁ ନେଇ ସାଧାରଣରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟା । ସମାଧାନ କରିବାକୁ ଦାବି କରିଛନ୍ତି ।