DistrictHealthRayagada

ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ନିରାଶ୍ରୟ ବୃଦ୍ଧା ଙ୍କୁ ଆଇନ ସହାୟତା

ରାୟଗଡ଼ା, ୧୨/୦୯: ରାୟଗଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଜଣେ ନିରାଶ୍ରୟ ବୃଦ୍ଧା ଏ. ଆପାରାଓ ଙ୍କୁ ରାୟଗଡ଼ା ପିତ୍ତଳା ସାହି ଛକ ପରିସରରେ ଏକ. ଆପାରାଓଙ୍କୁ ଠାବ କରି ତାଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଙ୍କର ଦ୍ୱାରସ୍ଥ କରିଥିଲେ I

ଏକ. ଆପାରାଓଙ୍କ ଅବସ୍ତା ଦେଖି ଜିଲ୍ଲା ଆଇନସେବା ପ୍ରାଧିକରଣ ସହଯୋଗରେ ସେହି ବୃଦ୍ଧା ଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ I ଏହାପରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟାଙ୍କ ସହାୟତାରେ ଉକ୍ତ ବୃଦ୍ଧାଙ୍କୁ ରାୟଗଡା ସ୍ଥିତ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ, କୋତାପେଟା, ରାୟଗଡା ରେ ଅବସ୍ଥାପିତ କରାଯାଇଛି I

ଶ୍ରୀମତୀ କୁମାରୀ ବାଡତ୍ୟାଙ୍କ ରାୟଗଡ଼ା ସହରରେ ଏପରି ସେବା ମନୋବୃତ୍ତିର କାର୍ଯ୍ୟକୁ ସହରର ଜନସାଧାରଣଙ୍କ ମହଲରେ ପ୍ରଶଂସା କରାଯାଇଛି।

Dhabaleswar Patri (Block Reporter) Ramanaguda

Related Articles

Leave a Reply

Your email address will not be published. Required fields are marked *

Back to top button