District

ଊଇ ମ।ମଲ।ରେ ଜଡିତ ଦଶ।ଇ ଗଞ୍ଜେଇ ଉଠ।ଇନେଲ। ଆନ୍ଧ୍ର ପେ।ଲିସ

ଊଇ ମାମଲାରେ ଜଡ଼ିତ ଦର୍ଶାଇ ଗଞ୍ଜେଇ ଠାଇନେଲା ଆନ୍ଧ୍ର ପୋଲିସ

ନନ୍ଦପୁର,୧୪/୯ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଧୀନ ହାଟସୁକୁ ଗ୍ରାମର ଜଣେ ଯୁବକଙ୍କୁ ଆନ୍ଧ୍ର ଜିଆରପି ପୋଲିସ ଗଞ୍ଜେଇ ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇ ଶୁକ୍ରବାର ରାତିରେ ଉଠାଇ ନେଇଥ‌ିବା ଜଣାପଡ଼ିଛି। ଯୁବକ ହେଲେ ମାଧେବ ଖେମୁଣ୍ଡୁ (୩୮)। ଜିଆରପି ଟିମ୍ ସହ ନନ୍ଦପୁର ପୋଲିସ ଥିବାରୁ ପରିବାର ଲୋକେ ଘଟଣା ସମ୍ପର୍କରେ ଶନିବାର ନନ୍ଦପୁର ଥାନାରେ ପଚରାଉଚରା କରିଥିଲେ। ଟିମ୍‌ରେ

ଥିବା ଜିଆରପି ଏସଆଇ ଆର.ଭି.ଜେ. ରାଓଙ୍କୁ ପଚାରିବାରୁ ୨୮୮୨୨୫ରେ ବିଶାଖାପାଟଣା ଷ୍ଟେଶନ ଜିଆରପି ଥାନାରେ ନଂ. ୭୪/୨୫ରେ ଗଞ୍ଜେଇ ଚାଲାଣ ମାମଲା ରୁଜୁ ହୋଇଥିଲା। ମାଧେବ ଏଥିରେ ସମ୍ପୃକ୍ତ ଥିବା ସୂଚନା ଦେଇଛନ୍ତି। ଗିରଫ ମିର ହାସନଙ୍କୁ ଜେରା ବେଳେ ତାଙ୍କୁ ମାଧେବ ପାଲିବା ଷ୍ଟେସନରେ ୧୬ ହଜାର ଟଙ୍କା ବିନିମୟରେ ୮ କିଲୋ ଗଞ୍ଜେଇ ଦେଇଥିଲେ। ଏହି ଆଧାରରେ ମାଧେବଙ୍କୁ ଗିରଫ କରାଯାଉଥିବା କୁହାଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button