District

ପାର୍ଟ ପ୍ଲୋଟ ପୁଞ୍ଜି କରଣ ପ।ଇ ମନ। କରିପ।ରିବେନି :ରାଜସ୍ବ ମନ୍ତ୍ରୀ

ପାର୍ଟପ୍ଲଟ୍ ପଞ୍ଜୀକରଣ ପାଇଁ କେହି ମନା କରିପାରିବେନି: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର, ୧୪/୯: ରାଜ୍ୟରେ ପାର୍ଟପ୍ଲଟ ପଞ୍ଜୀକରଣ ବନ୍ଦ ହୋଇଯାଇଥିବାରୁ ବହୁ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ମାସକ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବ ବୋଲି ଓଡ଼ିଶା ବିକାଶ ଅଭିଯାନ ଚେତାବନୀ ଦେଇଛି। ଏହାପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟରେ କୌଣସି ସ୍ଥାନରେ ପାର୍ଟପ୍ଲଟ୍ ପଞ୍ଜୀକରଣ ବନ୍ଦ ହୋଇନି। ପାର୍ଟ ପୁଟ୍ ପଞ୍ଜୀକରଣ ନକରିବାକୁ କୌଣସି ଅଧିକାରୀ କହିପାରିବେନି।

ଯଦି କୌଣସି ବ୍ୟକ୍ତିଙ୍କର ପାର୍ଟ ପ୍ଲଟ୍ ପଞ୍ଜୀକରଣ ହେଉନି ତେବେ ଏହାର ପ୍ରମାଣ ସହ ମୋତେ ଦିଅନ୍ତୁ । ମୁଁ ତୁରନ୍ତ ଉକ୍ତ ସବ୍‌ରେଜିଷ୍ଟ୍ରାରଙ୍କୁ ନିଲମ୍ବନ କରିବି

ଏହାସହ ଶ୍ରୀ ପୂଜାରୀ କହିଛନ୍ତି ଯେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ମିଛ ପ୍ରଚାର କରୁଛନ୍ତି। ସବ୍‌ରେଜିଷ୍ଟର ଅଫିସ୍ ଯାଆନ୍ତୁ ପାର୍ଟ ପ୍ଲଟ୍ ପଞ୍ଜୀକରଣ କରିବେ ବୋଲି କୁହନ୍ତୁ । କେଉଁ ଗ୍ରାଉଣ୍ଡରେ କିଏ ମନା କରୁଛି ବୁଝନ୍ତୁ। ତା’ପରେ ମୋତେ ପ୍ରମାଣ ସହ ଦେଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button