ନଭେମ୍ବର ୫ରୁ ଐତିହାସିକ କଟକ ବ।ଲି ଯାତ୍ରା
ନଭେମ୍ବର ୫ରୁ ଐତିହାସିକ କଟକ ବାଲିଯାତ୍ରା
କେବଳ ତଳ ପଡ଼ିଆରେ ଯାତ୍ରା, ତିଆରି ହେବ ଗ୍ରୀନ୍ କରିଡର୍
କଟକ,ତ।୧୪/୯: କଟକ ଜିଲ୍ଲା ତଥା ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା କଟକ ଉତ୍ସବ-୨୦୨୫ ଅନୁଷ୍ଠିତ ହେବ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଶୁକ୍ରବାର ଅନୁଷ୍ଠିତ ଐତିହାସିକ ବାଲିଯାତ୍ରା କଟକ -୨୦୨୫ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଚଳିତ ବର୍ଷ ସୁରକ୍ଷିତ ବାଲିଯାତ୍ରା ଆୟୋଜନକୁ ଗୁରୁତ୍ବ ଦେଇଥିଲେ | ଚଳିତ ବର୍ଷ ବାଲିଯାତ୍ରା କେବଳ ତଳ ପଡ଼ିଆରେ ୬୦ ଏକର ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ଅନୁମତି ଅଣାଯାଇସାରିଛି। ଏନଜିଟିର ଆଦେଶ ସହ ଉଚ୍ଚ ନ୍ୟାୟାଳୟର ନିୟମାବଳୀ ଅନୁଯାୟୀ ବାଲିଯାତ୍ରା ପରିଚାଳନାର ସମସ୍ତ ଦିଗକୁ ଦୃଷ୍ଟିରେ ରଖ୍ ବାଲିଯାତ୍ରାର ସୂଚାରୁ ପରିଚାଳନା ନିମନ୍ତେ ବିଭିନ୍ନ କମିଟିମାନ ଗଠନ କରାଯାଇଛି। ଏଥି ସହ ୟୁନେସ୍କୋ ଐତିହ୍ୟ ତାଲିକାରେ
ସାମିଲ ପାଇଁ ଲଗାତାର ତୃତୀୟ ବର୍ଷ ନିମନ୍ତେ ଚଳିତ ଅରର ବାଲିଯାତ୍ରା ସମ୍ପର୍କିତ ରିପୋର୍ଟ ୟୁନେସ୍କୋକୁ ପଠାଯିବ । ଏହାସହ ଗ୍ରୀନ୍ କରିଡର, ପାର୍ଟି ବ୍ୟବସ୍ଥା, ଖାଦ୍ୟ ପଦାର୍ଥର ମାନ ଯାଞ୍ଚ, ଚିକିତ୍ସା ଓ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଆଦି ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରୀନ୍ କରିଡରର ଦୁଇ ପାର୍ଶ୍ଵରେ ଉଠା ଦୋକାନୀଙ୍କୁ ବସିବାକୁ ନ ଦେଇ ଅନ୍ୟତ୍ର ସ୍ବତନ୍ତ୍ର ସ୍ଥାନ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଉଭୟ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ କଳାକାରଙ୍କ ଲୋକପ୍ରିଯତ ଦୃଷ୍ଟିରୁ ସମାନ୍ତରାଳ ଭାବେ ସାଂସ୍କୃତିକ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ। ପାର୍ଟି ସ୍ଥାନରୁ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ନେବା ଆଣିବା ପାଇଁ ଅତି କମରେ ୪୦ଟି ବସ୍ ସେବା ପାଇଁ ସ୍ଥିର କରାଯାଇଛି । ଡିସିପି ଋଷିକେଶ ଦ୍ୟାନଦେଓ ରୀ ସମ୍ପୁର୍ଣ ଟ୍ରାଫିକ୍ ନିୟନ୍ତ୍ରଣର ରୂପରେଖ ଉପସ୍ଥାପନ କରିଥିଲେ |