District

ର।ଣୀଡୁଡୁମ। ରେ ତେଲୁଗୁ ଫିଲ୍ମ ସୁଟିଂ ଚ।ଲିଛି

ରାଣୀଡୁଡୁମାରେ ତେଲୁଗୁ ଫିଲ୍ମ ‘କମ୍ରେଡ୍ କଲ୍ୟାଣ’ର ଶୁଟିଂ

ଫିଲ୍ମ ଶୁଟିଂ ଚାଲିଛି।

ନନ୍ଦପୁର, ୧୪/୯

କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ, ପରିବେଶ ଫିଲ୍ମ ଜଗତକୁ ଆକୃଷ୍ଟ କରୁଥିବା ବେଳେ ଶନିବାର ନନ୍ଦପୁର ରାଣୀ ଡୁଡୁମାରେ ତେଲୁଗୁ ଫିଲ୍ମ କମ୍ରେଡ କଲ୍ୟାଣ’ର ଶୁଟିଂ ଚାଲିଥିବା ଦେଖିବାକୁ ମିଳିଛି। କୋନା ଫିଲ୍ମ କର୍ପୋରେସନ ଓ ସ୍କନ୍ଦା ବାହନ ମୋସନ ପିକ୍ଟର୍ ଏଲଏଲପି

ଦ୍ବାରା ପ୍ରଯୋଜିତ ଏହି ଫିଲର ନିର୍ଦ୍ଦେଶନା ଜାନକୀରାମ ମାରେଲା ଦେଉଛନ୍ତି । ଏହି ଫିଲ୍ମ ଜିଲାର ୪୦ରୁ ଊର୍ଦ୍ଧ ସ୍ଥାନରେ ଶୁଟିଂ କରାଯାଉଛି। ପୋଲିସ ଓ ନକ୍ସଲଙ୍କ ଗତିବିଧ‌ି, ଓଡ଼ିଶୀ ନୃତ୍ୟ ଓ ସ୍ଥାନୀୟ ଆଦିବାସୀଙ୍କ ଚଳନିକୁ ଆଧାର କରି ଫିଲ୍ମ ନିର୍ମାଣ ହେଉଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଗଷ୍ଟ

୧୯ରୁ ସେପ୍ଟେମ୍ବର ୧ ଯାଏ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ଗ୍ରାମ, ପୋଲ, କଫିବାଡ, ଜଳପ୍ରପାତ, ନନ୍ଦପୁର ବତ୍ରିସ ସିଂହାସନ ଓ ସୁବାଇ ଜୈନ ମନ୍ଦିରରେ ଫିଲ୍ମର ଶୁଟିଂ କରା‌ଯିବ ବୋଲି କୁହାଯାଇଛି। ଶୁଟି ସ୍ଥଳରେ କଳାକାରଙ୍କ ସୁରକ୍ଷା ପାଇଁ ନନ୍ଦପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button