District

ଭିଜିଲାନ୍ସ ଜ।ଲରେ ପଡିଲେ ଜିଲ୍ଲା ଶ୍ରମ ଅଧିକାରୀ

ଭିଜିଲାନ୍ସ ଜାଲରେ ପଢିଲେ ଜିଲ୍ଲା ଶ୍ରମ ଅଧୂକାରୀ

ନୟାଗଡ଼ :- ଜିଲ୍ଲା ଶ୍ରମ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିବା ଚାଞ୍ଚଲ୍ୟ ଖେଳାଇ ଦେଇଛି । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ ରଞ୍ଜନ ରାଉତ ଙ୍କୁ ଭିଜିଲାନ୍ସ ମାଡ଼ି ବସିଥିଲା । ଶ୍ରମ ଅଧୁକାରୀ ତାଙ୍କ ବାପା ଙ୍କ ଦେହାନ୍ତି ପରେ କିରାଣୀ ଭାବେ ଚାକିରୀ କରିଥିଲେ ପରେ ସେ ପର୍ଯ୍ୟାୟ କ୍ରମେ ପଦୋର୍ନତି ପାଇ ଜିଲ୍ଲା ଶ୍ରମ ଅଧିକାରୀ ହୋଇ ଥିଲେ । ତାଙ୍କ ନାମ ରେ ମାଳ ମାଳ ଦୁର୍ନୀତି ଅଭିଯୋଗ ରହିଥିଲା,। ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀ ଙ୍କ ଠାରୁ ଲାଞ୍ଚ ନେଉଥ‌ିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟରେ ପ୍ରକୋଷ୍ଠ ଲାଞ୍ଚ ନେଉ ଥ‌ିବା ବେଳେ ପୂର୍ବରୁ ଛପି ରହିଥ‌ିବାଭିଜିଲାନ୍ସ ଟିମ ମାଡ଼ି ବସି ଥୁଲା । ଗୋଟିଏ ଶ୍ରମ କାର୍ଡ ପିଛା ୩ ଶହ ଟଙ୍କା ଲେଖାଏଁ ୨୨ ଶ୍ରମ କାର୍ଡ ପାଇଁ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ। ତେବେ ୨୨ ସ୍ଥାନରେ ୨୧ କାର୍ଡ କରିଥିଲେ ।୨୧ କାର୍ଡ ପାଇଁ ୬ ହଜାର ୩୦୦ ସ୍ଥାନରେ ୬ହଜାର ନେଉଥ‌ିବା ବେଳେ ଭିଜିଲାନ୍ସ ଧରି ଟଙ୍କା ଜବତ କରି ଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ସଠିକ୍ ଥଥ୍ୟ ନ ମିଳିଥିଲେ ମଧ୍ୟ ଆହୁରି ତଦନ୍ତ ଜାରୀ ରହିଥ‌ିବା ଭିଜିଲାନ୍ସ ଟିମ ସୂଚନା ଦେଇଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button