District

ଦୁଇ ମହଲ। ଦୋକାନ ଘର ଭୂଷୁଡିଲ। ଜଣେ ମୃତ

ଦୁଇମହଲା ଦୋକାନ ଘର ଭୁଶୁଡିଲା,ଜଣେ ମୃତ

ଭଗ୍ନାବଶେଷ ତଳୁ ଉଦ୍ଧାର ଗୁରୁତରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି

କୋରାପୁଟ ୧୩/୯: ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଆଜି ଏକ ବଡ଼ଧରଣର ଅଘଟଣ ଘଟିଛି । ଏଠାରେ ଥିବା ଏକ ମାର୍କେଟ୍ ପରିସସର ଛାତ ଭୁଶୁଡ଼ିବାରୁ ଜଣେ ପାନ ଦୋକାନୀଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ହେଲେ ପି ଲୋକନାଥ। ଏହି ଅଘଟଣରେ ଅନ୍ୟ କିଛି ବ୍ୟକ୍ତି ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ଣ ସମୟରେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଥିବା ମାର୍କେଟ୍ କମ୍ପ୍ଲେକ୍ସର ଛାତ ଭୁଶୁଡ଼ି ଥିଲା । ଏହି ଅପ୍ରୀତିକର ଅଘଟଣ ଯୋଗୁଁ ଭଗ୍ନାବଶେଷ ତଳେ କିଛି ଲୋକ ଚାପି ହୋଇଯାଇଥିଲେ। ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲା। ଭଗ୍ନାବଶେଷ ତଳୁ ଗୁରୁତରଙ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ପି ଲୋକନାଥଙ୍କର ମୃତ୍ୟୁ ଘଟିଛି । ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି। ସହରରେ ଏହି ଅଘଟଣା ପରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button