ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୮୬ଟି ମାମଲା ଫଇସଲା

ଭଞ୍ଜନଗର, ୧୩/୯ : ଭଞ୍ଜନଗର ସିଭିଲ୍ କୋର୍ଟ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୯୦ଟି ମାମଲା ଆସିଥିବା ବେଳେ ୧୮୬ଟି ମାମଲା ସମାଧାନ କରାଯାଇ ସେଥିରୁ ମୋଟ ୧,୪୧,୯୮,୬୫୭ ଟଙ୍କା ଆଦାୟ ହୋଇଛି।
ମାମଲା ଗୁଡିକ ମଧ୍ୟରେ ଅପରାଧିକ ମାମଲା,ଚେକ୍ ବାଉନ୍ସ,ଧନ ଫେରସ୍ତ,ବିବାହ ବିଚ୍ଛେଦ, ସାର୍ବଜନୀନ ସୁବିଧା ସମ୍ପୃକ୍ତ ବିବାଦ ସମେତ ଅନ୍ୟାନ୍ୟ ଦେୱାନୀ ମାମଲାର ସମାଧାନ ହୋଇଥିଲା। ଭଞ୍ଜନଗର ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଏବଂ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସେଖ୍ ମହମ୍ମଦ କଏସଙ୍କ ଅଧ୍ୟକ୍ଷତାରେ ସିନିଅର ସିଭିଲ୍ ଜଜ୍ ଦେବାଶିଷ ବିଶୋଇ,ଏସଡ଼ିଜେଏମ୍ ସୌମ୍ୟରଞ୍ଜନ ପ୍ରୁଷ୍ଟି,ଜେଏମ୍ଏଫସି ଭିୟେନା ନାୟକ ବିଭିନ୍ନ ମାମଲାର ଶୁଣାଣୀ କରିଥିଲେ।
ଲୋକ ଅଦାଲତ ବେଞ୍ଚ ସଦସ୍ୟ ଡ଼.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ରମେଶ ଚନ୍ଦ୍ର ପଣ୍ଡା,ଓକିଲ ସଂଘ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ବରିଷ୍ଠ ଆଇନଜୀବି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଅଳକା ମଞ୍ଜରୀ ପଟ୍ଟନାୟକ, ସନ୍ତୋଷ କୁମାର ତିଆଡ଼ି,ସୁଶାନ୍ତ ତ୍ରିପାଠୀ, ପ୍ରଦୀପ ପାଳ,ବଂଶୀଧର ପ୍ରଧାନ,ଅରୁଣ କୁମାର ପାଢ଼ୀ,ଦେବୀ ପ୍ରସାଦ ତ୍ରିପାଠୀ,ପ୍ରଭାକର ପାତ୍ର,ବଟକୃଷ୍ଣ ପଣ୍ଡା ଓ କୋର୍ଟ କର୍ମଚାରୀ ମାନେ ସହଯୋଗ କରିଥିଲେ।