District

‘ପରଖ’ ରାଷ୍ଟ୍ରୀୟ ସର୍ବେକ୍ଷଣ କମଶ।ଳ।

‘ପରଖ୍’ ରାଷ୍ଟ୍ରୀୟ ସର୍ବେକ୍ଷଣ କର୍ମଶାଳା

ନବରଙ୍ଗପୁର,୧୨/୯: ନବରଙ୍ଗପୁର ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ‘ପରଖ୍’ ରାଷ୍ଟ୍ରୀୟ ସର୍ବେକ୍ଷଣ-୨୦୨୪ ତଥ୍ୟକୁ ନେଇ ଜିଲ୍ଲାର ଶିକ୍ଷାର୍ଥୀଙ୍କ ଉନ୍ନତି ସକାଶେ ଯୋଜନା ପ୍ରସ୍ତୁତି ପାଇଁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଓମକାର ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନବରଙ୍ଗପୁର ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନର ଟିଚର୍ ଏଜୁକେଟର୍ ବିଜଳି

ଏକ୍କା, ମୂର୍ତ୍ତି କୁମାର, ଏ.କରିସ୍ମା ଏବଂ ପଲ୍ଲବୀ ସିଂହ ମଞ୍ଚାସୀନ ରହିଥିଲେ । କର୍ମଶାଳାରେ ରାଇଘର ଏବଂ ନନ୍ଦାହାଣ୍ଡି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ୧୬ ଜଣ ସିଆରସିସି ଏବଂ ୧୨ ଜଣ ଡିଆରଜି ଶିକ୍ଷକ ଅଂଶଗ୍ରହଣ କରିଥିଲେ । ସମସ୍ତେ ଜିଲ୍ଲାର ଶିକ୍ଷାର୍ଥୀଙ୍କ ଶୌକ୍ଷିକ ଉନ୍ନତି ଏବଂ ‘ପରଖ୍’ ରାଷ୍ଟ୍ରୀୟ ସର୍ବେକ୍ଷଣର ପରବର୍ତ୍ତୀ ମୂଲ୍ୟାୟନର ଫଳାଫଳରେ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବେ । ଏହି କର୍ମଶାଳା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button