District

କେନ୍ଦୁପତ୍ର ବୋଝେଇ ଟ୍ରକ ବତ।ଉଛି ସମସ୍ୟା

କେନ୍ଦୁପତ୍ର ବୋଝେଇ ଟ୍ରକ ବଢ଼ାଉଛି ସମସ୍ୟା

ବୈପାରିଗୁଡ଼ା, ୧୨/୯: କେନ୍ଦୁପତ୍ର ବୋଝେଇ ଟ୍ରକ ଯୋଗୁଁ କୋଟା ଛକ ନିକଟସ୍ଥ କୋଲାବ ବ୍ରିଜ୍‌ରେ ଟ୍ରାଫିକ ସମସ୍ୟା ଦେଖାଦେଉଥିବା ଦଉଥିବା ଅଭିଯୋଗ ହେଉଥିଲେ

ମଧ୍ୟ ବିଭାଗୀୟ ଅଧିକାରୀ ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି। ସୂଚନାଯୋଗ୍ୟ, ବିଗତ ଦିନରେ ବୈପାରିଗୁଡା ସୁରକ୍ଷା ମଞ୍ଚ ତରଫରୁ କୋଲାବ

ବ୍ରିଜ୍‌ର ସୁରକ୍ଷାକୁ ନେଇ ଅଣ୍ଟା ଭିଡ଼ି ଏକ ରାଲିର ଆୟୋଜନ କରାଯାଇଥିଲା । ତଥାପି ବିଭାଗୀୟ ଅଧିକାରୀ କିମ୍ବା ଅମାନିଆ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଚାଳକ ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ । ମାଲକାନଗିରି ଜିଲ୍ଲାରୁ ଆସୁଥିବା କେନ୍ଦୁପତ୍ର ବୋଝେଇ ଟ୍ରକ୍‌ଗୁଡ଼ିକ ଗୁଡ଼ିକ ଅତ୍ୟଧିକ ପରିମାଣର କେନ୍ଦୁପତ୍ର ବୋଝେ ଝେଇ କରି ଚାଲାଣ କରୁଛନ୍ତି। ୧୬ ଚକି ଚକିଆ ଟ୍ରକରେ ୪ ଶହ କେନ୍ଦୁ କନ୍ଦୁପତ୍ର ବସ୍ତା ନିଆଯିବାର ନିୟମ ରହିଥିବା ବେ ବେଳେ ପତ୍ର ଟ୍ରକ୍ ଡ୍ରାଇଭରମାନେ ଅଧିକ ବସ୍ତା ବୋଝେଇ କରି ନେଉଛନ୍ତି। ମାଲକାନଗିରି ଜିଲ୍ଲାରୁ ସମ୍ବଲପୁର ଦେଇ ପଶ୍ଚିମବଙ୍ଗକୁ କେନ୍ଦୁପ ରପ୍ତାନି ହେଉଥିବା ବେଳେ ଅତ୍ୟଧିକ ବସ୍ତା ବୋଝେଇ ହେଉଥିବାରୁ ପ୍ରତିଦିନ କୋଲାବ ବ୍ରିଜରେ ଟ୍ରକ୍ ଫସୁଛି। ଫଳରେ ବହୁ ସମୟ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଟ୍ରକ୍ ମାଲିକ ନିଜର ଫାଇଦା ପାଇଁ ଅତ୍ୟଧିକ କେନ୍ଦୁପତ୍ର ବସ୍ତା ବୋଝେଇ କରୁଥିବା ବେଳେ ଟ୍ରାଫିକ ସମସ୍ୟା ଯୋଗୁଁ ଲୋକେ ହଇରାଣ ହେଉଛନ୍ତି | ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button