ହୋଣ୍ଡା ଅଲ୍ ନ୍ୟୁ ସିବି ୧୨୫ହନ୍ଟେ ସ।ଇନ ୧୦୦ ଉନ୍ମୋଚିତ
ହୋଣ୍ଡା ଅଲ୍ ନ୍ୟୁ ସିବି ୧୨୫ହର୍ନେଟ୍, ସାଇନ୍ ୧୦୦ ଉନ୍ମୋଚିତ
ନବରଙ୍ଗପୁର, ୧୨/୯: ହୋଣ୍ଡା ମୋଟର ସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଲ୍ ନ୍ୟୁ ସିବି ୧୨୫ହର୍ନେଟ୍ ଓ ସାଇନ୍ ୧୦୦ ଡିଏକ୍ସ ବାଇକ୍ ଆଜି ନବରଙ୍ଗପୁର ବଜାରରେ ପ୍ରବେଶ କରିଛି ସ୍ଥାନୀୟ ରକିସାନ ପ୍ରିମିୟିମ୍ ହୋଟେଲ ପରିସରରେ ଏହାର ଶୁଭଉଦ୍ଘାଟନ କରାଯାଇଛି। ସିବି ୧୨୫ହର୍ନେଟ୍ ମୂଲ୍ୟ ୧,୧୨,୦୦୦ ଟଙ୍କା ରଖାଯାଇଥିବା ବେଳେ ସାଇନ୍ ୧୦୦ ଡିଏକ୍ସ ମୂଲ୍ୟ ୭୬,୮୦୯ ଟଙ୍କା ରହିଛି। ପରବର୍ତ୍ତୀ ପିଢ଼ିର ଚାଳକଙ୍କୁ ଲକ୍ଷ୍ୟ ରଖି ଏହାର ନିର୍ମାଣ କରାଯାଇଛି ଗ୍ରାହକମାନେ ଏହି ମୋଟର ସାଇକଲ୍ ଭିରାଇଡର ହୋଣ୍ଡା ସୋରୁମରେ ବୁକ୍ କରିପାରିବେ ହୋଣ୍ଡା ସିବି ୧୨୫ହର୍ନେଟ୍ ୪ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ସେହିପରି ସାଇନ୍ ୧୦୦ ଡିଏକ୍ସ ୪ଟି ଆକର୍ଷଣୀୟ
ଭିରାଇଡର ହୋଣ୍ଡାର ରଙ୍ଗରେ ଉପଲବ୍ଧ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇଥିବା ବେଳେ ଚାମ୍ବର ଅଫ କମର୍ସ ସଭାପତି କାହ୍ନୁ ଦାଶ, ଏରିଆ ଇନଚାର୍ଜ ପ୍ରତୀକ କୁମାର ପ୍ରସାଦ, ଭିରାଇ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବିକାଶ ଜୈନ, ନିର୍ଦ୍ଦେଶିକା ଋଚି ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ମେଲ୍ସ ମ୍ୟାନେଜର ବିଶାଳ ସିଂ, ସର୍ଭିସ୍ ଆଡଭାଇଜର୍ ମୋଜେସ, ବ୍ୟବସାୟୀ ସହଯୋଗୀ ଉମରକୋଟର ସୀତରାମ ହୋଣ୍ଡା ମାଲିକ ଶ୍ୟାମ ଝା, ଧୋଡ୍ରାର ମାଁ ବିତ୍ରୀ ମୋଟର୍ସ ମାଲିକ ସନ୍ତୋଷ ବେପାରୀ, ରାଇଘରର ରାଜ ମୋଟର୍ସ ମାଲିକ କଳ୍ପନା ବର୍ମନ ଓ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲାର ସବୁ ବ୍ଳକର ବାଇକ୍ ମେକାନିକ୍, ହୋଣ୍ଡା ବାଇକର ଗ୍ରାହକମାନେ ଉପସ୍ଥିତ ଥିଲେ ।