District

ଗଞ୍ଜାମ ରେ କୁକୁର କ।ମୁଡ। ୪ବର୍ଷ ରେ ୫୦ ହଜ।ର ଲୋକ

ଗଞ୍ଜାମରେ ବଢୁଛି କୁକୁର କାମୁଡା

୪ ବର୍ଷରେ ୫୦ ହଜାର ଲୋକ ଶିକାର

ବ୍ରହ୍ମପୁର, ୧୨/୯: ଦିନକୁ ଦିନ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢ଼ିବା ସହିତ ରାସ୍ତାରେ ଲୋକ ଓ ଛୋଟ ପିଲାଙ୍କୁ ଏମାନେ ଟାର୍ଗେଟ କରୁଛନ୍ତି । ଲୋକଙ୍କୁ କାମୁଡ଼ିବା ସହ ଭୟଭୀତ କରାଇ ଆତଙ୍କରାଜ ଚଳାଇଛନ୍ତି ବୁଲାକୁକୁର । ଯଦି ଗଞ୍ଜାମ ଜିଲ୍ଲା କ‌ଥା କହିବା ତେବେ କୁକୁର କାମୁଡ଼ା ସଂଖ୍ୟା ଆପଣଙ୍କୁ ଚକିତ କରିଦେବ ।

ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ବଢୁଛି ବୁଲା କୁକୁରଙ୍କ ସଂଖ୍ୟା । କୁକୁର କାମୁଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ଯ କିଛି କମ୍ ନୁ ହେଁ । ସରକାରୀ ତଥ୍ୟ

ଅନୁସାରେ, ଜିଲ୍ଲାରେ ୪ ବର୍ଷରେ ୫୪ ହଜାର ୫୬୭ ଜଣ ହୋଇଛନ୍ତି କୁକୁର କାମୁଡ଼ାରେ ଶିକାର । ୨୦୨୨ରେ ୮ ହଜାର ୬୧୮, ୨୦୨୩ରେ ୧୦ ହଜାର ୨୩୧, ୨୦୨୪ରେ ୨୦ ହଜାର ୬୬୪, ୨୦୨୫ ଅଗଷ୍ଟ ସୁଦ୍ଧା ୧୫,୦୫୪ ଜଣ କୁକୁର କାମୁଡ଼ାର ଶିକାର ହୋଇଛନ୍ତି ।ରଙ୍ଗେଇଲୁଣ୍ଡାରେ ସର୍ବାଧିକ ୭ ହଜାର ୪୩୦, ଦ୍ୱିତୀୟରେ ଛତ୍ରପୁର ବ୍ଲକ ୫ ହଜାର ୫୨୬ ଜଣ, ତୃ ତୀୟରେ ଖଲ୍ଲିକୋଟର ୫ ହଜାର ୩୯, କୁକୁଡ଼ାଖଣ୍ଡିରେ ସର୍ବନିମ୍ନ ୨୬୦ ଜଣଙ୍କୁ କାମୁଡ଼ିଛି କୁକୁର । ଯାହା ଜିଲ୍ଲାର କୁକୁର ବନ୍ଧ୍ୟାକରଣ

ଯୋଜନା କାର୍ଯ୍ୟକାରି ତାକୁ ପଦାରେ ପକାଇଛି ।କୁ କୁ ର କାମୁଡ଼ିବା ଦ୍ଵାରା ଜଳାତଙ୍କ ଭଳି ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବାକୁ ପଡ଼ିଥାଏ । ଏହି ରୋଗରେ ସଂକ୍ରମିତ ହୋଇଥିବା ରୋଗୀ ଉପଯୁକ୍ତ ଚି କି ତ୍ସା ନପାଇଲେ ସ୍ଥିତି ସାଙ୍ଘାତିକ ହୋଇପାରେ । କୁକୁର କାମୁଡ଼ିଲେ ତୁରନ୍ତ ଚିକିତ୍ସା କର।ଇବ ଆବଶ୍ୟକ । କୁକୁର କାମୁଡ଼ାର ସଂଖ୍ୟା ବୃଦ୍ଧି ଉପରେ ନଜର ପକାଇଲେ ଜିଲ୍ଲାରେ କୁକୁ ର ବନ୍ଧ୍ୟାକରଣ ଯୋଜନା କେବଳ କାଗଜକଲମରେ ସୀମିତ ଥୁବା ଅନୁମେୟ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button