District

ପ୍ରଥମ ଥର ପ।ଇ କିନ୍ନର ମ।ନକଂ ଦୌର।ମ। durg ପୂଜ। ଅନୁକୁଳ ହେବ

ପ୍ରଥମ ଥର ପାଇଁ କିନ୍ନର ମାନଙ୍କ ଦ୍ୱାରା ମା ଦୁର୍ଗା ପୂଜା ଅନୁକୂଳ ହେବ

ନବରଙ୍ଗପୁର,୧୨/୯ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜଗତ ଜନନୀ ମାଁ ଦୁର୍ଗାଙ୍କ ପୂଜା ଉତ୍ସବରେ ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ଜିଲ୍ଲା କିନ୍ନର ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ପୂଜା ଅନୁକୂଳ କରିବେ । ଏଥି ନିମନ୍ତେ ଏକ ଆମନ୍ତ୍ରଣ ପତ୍ର କୋଡ଼ିଙ୍ଗା ଗ୍ରାମର ସାର୍ବଜନୀନ ଦୁର୍ଗା ପୂଜା କମିଟିର ସଭ୍ୟ ମାନେ ଜିଲ୍ଲା କିନ୍ନର ସଂଘକୁ ପ୍ରଦାନ କରିଛନ୍ତି କମିଟି ର ସଭ୍ୟଙ୍କ ଦ୍ୱାରା ଏପରି ଅଭିନବ ପ୍ରୟାସକୁ ଜିଲ୍ଲା କିନ୍ନର ସଂଘର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ, କମିଟିର ସମସ୍ତ ସଦସ୍ୟଙ୍କୁ ସାଧୁବାଦ୍ ଜଣାଇଛନ୍ତି କିନ୍ନର ମାନଙ୍କୁ ଏପରି ଆମନ୍ତ୍ରିତ କରିବା ଦ୍ୱାରା ସମାଜରେ କିନ୍ନର ମାନଙ୍କ ପ୍ରତି ଥିବା ଭେଦ ଭାବ ଦୂର ହେବ ବୋଲି ମତବ୍ୟକ୍ତ କରିଛନ୍ତି ସେହିପରି ସଂଘର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ପ୍ରୋଜେକ୍ଟ ଲିଡର ତଥା କ୍ରୀଡାବିତ୍ ଏମ.ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ଅଧ୍ୟାପକ ଅଶୂଳ ଭଟ୍ଟ, ସମାଜସେବୀ ନିନୀ ବାବୁ ତ୍ରିପାଠୀ ଏବଂ ଦୁର୍ଗା ପାଢ଼ୀ, ଉମରକୋଟର ଅଧବଲା ଶ୍ରୀନିବାସ ପଟ୍ଟନାୟକ, କିନ୍ନର ସଂଘର ମହିଳା ଉପଦେଷ୍ଟା,

କାଉନସିଲର ଶର୍ମିଷ୍ଠା ଦେଓ, ଅଧୂବକ୍ତା କିଶୋରୀ ପଟ୍ଟନାୟକ, ବିଦ୍ୟାଳୟ ଅଧ୍ଯକ୍ଷା ସ୍ୱର୍ଦ୍ଧ ଳତା ପଟ୍ଟନାୟକ, ଇଂଜିନିୟର ଚନ୍ଦନା ମଲ୍ଲିକ, ପ୍ରମୁଖ ଶୁଭେଛା ଜଣାଇଛନ୍ତି ଉକ୍ତ ଆମନ୍ତ୍ରଣ ପତ୍ର ପ୍ରଦାନ କରିବା ଅବସରରେ କମିଟିର ସଭାପତି ଜଗନ୍ନାଥ ନାୟକ, ଉପସଭାପତି ପିଣ୍ଡୁ ସିଂ, ସମ୍ପାଦକ ଶିବ ହରିଜନ ସମେତ ଅଭି ବିଷୋୟୀ, ଶ୍ୟାମ ହରିଜନ, ଖେମରାଜ୍ ଦିଶାରି, ଉମେଶ ଭତରା, ସିଦ୍ଧାର୍ଥ ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button