ପାପଡାହାଣ୍ଡି ପଞ୍ଚାଯତ କାର୍ଯ୍ୟାଳୟ ବିପଦସଂକୁଳ
ପଞ୍ଚାୟତ କାର୍ଯ୍ୟାଳୟ ବିପଦସଂକୁଳ
ପାପଡ଼ାହାଣ୍ଡି, ୧୨/୯
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାଯତ କାର୍ଯ୍ୟାଳୟ ବିପଦସଂକୁଳ ଅବସ୍ଥାରେ ରହିଛି । ଦୀର୍ଘ ବର୍ଷ ହେଲେ ମଧ୍ୟ ମରାମତି କିମ୍ବା ନୂତନ କୋଠା ତିଆରି ହେଉନି । ଛାତରୁ ସିମେଣ୍ଟ ଖସିବାରୁ କର୍ମଚାରୀମାନେ ଉତ୍ତରୀତ ଅଷ୍ଟପାରେ ରହିଛନ୍ତି।
ସୂଚନା ଅନୁସାରେ, ସଦର ମହକୁମାରେ ଥିବା ପଞ୍ଚାଯତ ଅଫିସ ନିକଟରେ ୧୯୯୪ ମସିହାରେ ଏହି କୋଠା ନିର୍ମାଣ କରାଯାଇଥିଲା ।
ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି
ଏହି କୋଠା ଛାତରୁ ଖଣ୍ଡ ଖଣ୍ଡ ହୋଇ ସିମେଣ୍ଟ ଖସୁଥିବା ସହ କୁହା ଛଡ଼ ଦେଖାଯାଉଛି। ବର୍ଷା ହେଲେ ଛାତରୁ ପାଣି ଗଳୁଛି।
ବିଭିନ୍ନ ସମୟରେ ଅଫିସ କାର୍ଯ୍ୟ କିମ୍ବା ବୈଠକ ନିମନ୍ତେ ଏଠାକୁ ନିଯମିତ ଭାବରେ ଲୋକେ ଆସୁଥିବା ବେଳେ କେତେବେଳେ ଅଘଟଣ ଘଟିବ ତାହା
କହିହେବ ନାହିଁ । ଦୀର୍ଘ ୩୧ ବର୍ଷ ହୋଇଥିଲେ ହେଁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି । ଏହି କୋଠା ପୂରଣା ହେବା ସହ ଜରାଜୀର୍ଣ ଅବସ୍ଥାରେ ରହିଛି। ତେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିଭାଗୀୟ ମନ୍ତ୍ରୀ, ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ନୂତନ କୋଠା ନିର୍ମାଣ କରିବାକୁ ଦାବି ହେଉଛି। ଏ ନେଇ ଆମେ ଡିପିଇଓ ଅକ୍ଷୟ ପଟ୍ଟନାସ୍ଥକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ନୂତନ କୋଠା ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଦେଇଛୁ । ମଞ୍ଜୁର ହେବାକୁ ଅପେକ୍ଷା ରହିଛି । ମଞ୍ଜୁର ହେଲେ ଯୁଦ୍ଧକାଳୀନ ଭିତ୍ତିରେ ନୂତନ କୋଠା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।