DistrictGajapati

ଗଜପତି:ଅର୍ଥ ହେରଫେର ମାମଲାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୋଷୀ ସାବ୍ୟସ୍ତ

ପାରଳାଖେମୁଣ୍ଡି, ୧୨/୯: ବିଭିନ୍ନ ପଞ୍ଚାୟତର ବିକାଶ ନିମନ୍ତେ ଆସୁଥିବା ସରକାରୀ ଅର୍ଥ ସଠିକ ଭାବେ ବିନିଯୋଗ ହୋଇ ନପାରିବାର ଖବର ସବୁବେଳେ ଶୁଣିବାକୁ ମିଳିଥାଏ।

ସେହିଭଳି ଏକ ଖବର ପାଇ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ତତ୍କାଳୀନ ବିଡ଼ିଓ ନଟବର ଗରଡ଼ ତା ୦୪-୦୬-୨୦୨୦ରିଖରେ ତତ୍କାଳୀନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏସ. ରାବଣମ୍ମାଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଭଳି ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ ଯେ, ସେ ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର କରି ଚାଳିଶ ଲକ୍ଷ ପାଞ୍ଚ ହଜାର ସାତଶହ ଟଙ୍କା ଆତ୍ମସାତ କରିଛନ୍ତି।

ଏ ନେଇ ଏକ ମାମଲା ସେରଙ୍ଗ ଥାନାରେ ରୁଜୁ ହୋଇଥିଲା ଓ ସବ ଇନ୍ସପେକ୍ଟର ଡ଼ି.ଗଜପତି ଦୋରା ତଦନ୍ତ କରି ଉକ୍ତ ମହିଳା ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।

୧୭ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ସି.ଜେ.ଏମ. ତଥା ଆସିଷ୍ଟାଣ୍ଟ ସେସନ ଜଜ ଶ୍ରୀ ନରୋତ୍ତମ ସେଠି ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୦୯ ରେ ଉକ୍ତ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷର ସଶ୍ରମ କାରାଦଣ୍ଡ ଦେବା ସହ ୧୦ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ ସହ ଉପରୋକ୍ତ ପଇସା ପଇଠ ନ କରିପାରିଲେ ଅତିରିକ୍ତ ଏକ ବର୍ଷର ସଶ୍ରମ କାରାଦଣ୍ଡ ଭୋଗ କରିବେ ବୋଲି ଆଦେଶ ଦେଇଛନ୍ତି।

ଏହା ବ୍ୟତୀତ ଏକ ଉଦାହରଣ ପ୍ରତିଷ୍ଠା କରିବାକୁ ଯାଇ ମାନ୍ୟବର ସିଜେଏମ ନିଜ ବିଚାରରେ ଉଲ୍ଲେଖ କରିଛନ୍ତି ଯେ, ଏହି ଅର୍ଥରାଶି ଗୁମ୍ମା ଗ୍ରାମପଞ୍ଚାୟତର ସାଧାରଣ ଜନତାଙ୍କ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ।

ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଆର. ଉଦୟଚନ୍ଦ୍ର ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button