District

ରାୟଗଡା ରେ ସାଇବର ଠକେଇ ମହିଳାଙ୍କ ଆକାଉଣ୍ଟ୍ ରୁ ନେଇ ଗଲେ ୨ ଲକ୍ଷ ଟଙ୍କା

ରାୟଗଡ଼ାରେ ସାଇବର ଠକେଇ

ମହିଳାଙ୍କ ଆକାଉଣ୍ଟ୍‌ରୁ ନେଇଗଲେ ୨ ଲକ୍ଷ

ରାୟଗଡ଼ା,୧୨/୯: ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ମହିଳା। ସେ ହେଲେ ଟିକିରି ଥାନା ଉମରକାଡ଼ିଗାଁର ରାଜୁ ସାହୁଙ୍କ ପତ୍ନୀ ସୁନେମୀ ସାହୁ। ଆଇସିଆଇସିଆଇ ବ୍ୟାଙ୍କ୍‌ରେ ଥିବା ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୯୨ ହଜାର ଟଙ୍କା ଲୁଟି ନେଇଛତି ସାଇବର ଠକ ଏ ସମ୍ପର୍କରେ ସେ ଏସ୍‌ପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ସାଇବର ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁକରି ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨ ତାରିଖ ଦିନ ସୁନେମୀଙ୍କ ମୋବାଇଲ୍ ଫୋନ୍‌କୁ ଏକ ମେସେଜ୍ ଆସିଥିଲା । ସେଥିରେ ଏକ ଏପିକେ ଫାଇଲ୍‌ର ଲିଙ୍କ୍

ରହିଥିଲା । ସମ୍ପୃକ୍ତ ଆପ୍ ଡାଉନ୍‌ଲୋଡ୍‌ କରିବାକୁ ଉଲ୍ଲେଖ ରହିଥିଲା । ସୁନେମୀ ଉକ୍ତ ଆପ୍‌କୁ ଡାଉନ୍‌ଲୋଡ୍ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୭ଟି କିସ୍ତିରେ ପର୍ଯ୍ୟାୟ କ୍ରମେ ୧ ଲକ୍ଷ ୯୨ ହଜାର ଟଙ୍କା ଉଠାଣ ହୋଇଥିଲା। ଲୁଟ୍‌ର ଶିକାର ହୋଇଥିବା ଜାଣି ଏ ନେଇ ସେ ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଥଚ କୌଣସି ସୁଫଳ ମିଳିନଥିଲା। ପରେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ । ଆଜି ରାୟଗଡ଼ା ଏସ୍‌ପିଙ୍କ ଦ୍ଵାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button