ମିଛ ହେଲ। ଉମରକୋଟ ହସ୍ପିଟାଲ୍ର ସୋନୋଗ୍ରାଫି କ ରିପୋର୍ଟ
ମିଛ ହେଲା ଉମରକୋଟ ହସ୍ପିଟାଲ୍ର ସୋନୋଗ୍ରାଫି ରିପୋର୍ଟ
ରାଇଘର, ୧୨/୯: ବର୍ତ୍ତମାନର ଦୁନିଆରେ ବିଜ୍ଞାନ ବହୁତ ଆଗକୁ ପହଞ୍ଚି ସାରିଛି। ବିଜ୍ଞାନ ଉପରେ ସବୁର ବିଶ୍ଵାସ ଏବଂ ଭରସା ରହିଥାଏ । ସେମିତି ଡାକ୍ତର ଉପରେ ମଧ୍ୟ ବିଶ୍ଵାସ ଓ ଭରସା ରହିଥାଏ। ତେଣୁ ଡାକ୍ତରକୁ ଭଗବାନର ଦ୍ଵିତୀୟ ରୂପ ବୋଲି ମାନନ୍ତି | କିନ୍ତୁ ଆଜି ଡାକ୍ତରଙ୍କ ସୋନୋଗ୍ରାଫି ରିପୋର୍ଟକୁ ମିଛ ବୋଲି ପ୍ରମାଣ କରି ସୂଚନା ଦେଇଛନ୍ତି ଏକ ଗର୍ଭବତୀରୁ ପ୍ରସୂତି ହେଇଥିବା ମହିଳା ଏବଂ ତାଙ୍କ ପରିବାର। ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ କସକଙ୍ଗା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଆଦିପାରା ଗ୍ରାମର ରାକେଶ ଗଣ୍ଡଙ୍କ ସ୍ତ୍ରୀ କୁରି ଗଣ୍ଡ । ସେ ଗତ ୨୦୨୪ ମସିହା ଡିସେମ୍ବର ମାସରୁ ଗର୍ଭବତୀ ହୋଇଥିଲେ । ହେଲେ ଗର୍ଭର ୬-୭ ମାସ ପୂରିଲା ପରେ ଅର୍ଥାତ ଜୁନ ଓ ଜୁଲାଇ ମାସରେ ସ୍ଥାନୀୟ ଆଶା ଦିଦିଙ୍କ ସହାୟତରେ ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ସୋନୋଗ୍ରାଫି ପରୀକ୍ଷା ପାଇଁ ଯାଇଥିଲେ ।
ମହିଳାଙ୍କ ଗର୍ଭରେ ଦୁଇଟି ଛୁଆ ବା ଜାଆଁଳା ଛୁଆ ଅଛି ବୋଲି ରିପୋର୍ଟ ଦେଇଥିଲେ । ସେହି ଦିନ ଠାରୁ କୃର୍ତ୍ତିଙ୍କ ପରିବାର ମଧ୍ୟରେ ଖୁସିରେ ଲୋହାରୀ ଭରି ଯାଇଥିଲା। କାହିଁକି ନା ଏକା ସାଙ୍ଗେ ଆମ ଘରେ ଦୁଇ ଦୁଇଟି ସନ୍ତାନ ଜନ୍ମ ହୋଇ ଆସିବେ। ଦିନକୁ ଦିନ ସମୟ ସୀମା ପହଞ୍ଚି ଗଲା। ଗର୍ଭବତୀ କୁର୍ତ୍ତି
ହୋଇଗଲା। ଦିନ ଥିଲା ବୁଧବାର, ତାରିଖ ୩ ସେପମ୍ବର ୨୦୨୫ ତାକୁ ପ୍ରସବ ନିମନ୍ତେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ନିଆଗଲା। ସେଇଠି ତାଙ୍କ ମମତା କାର୍ଡ ଓ ସୋନୋଗ୍ରାଫି କାଗଜକୁ ଦେଖୁଲା ପରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନ ଥିବାରୁ ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ରେଫର କରିଥିଲେ। ସେଇଠି ପହଞ୍ଚିବା ମାତ୍ରେ କୃର୍ତ୍ତି ଗଣ୍ଡ ପ୍ରସୂତି ହୋଇଥିଲେ । କିନ୍ତୁ ତାଙ୍କ ଗର୍ଭରୁ ଗୋଟିଏ ମାତ୍ର ସନ୍ତାନ ଜନ୍ମ ହୋଇଥିଲା କାର୍ଯାରତ ନର୍ସ କହିଲେ ଆଉ କିଛି ସମୟ ଯୋଗ ଆଉ ଗୋଟିଏ ଛୁଆ ଜନ୍ମ ହେବ । ହେଲେ ଆଉ ହେଲା ନାହିଁ । ଗୋଟିଏ ହିଁ ହେଇଗଲା । ମନଦୁଃଖରେ ପରିବାର ଲୋକ ରହିଗଲେ । ଛୁଟି ହୋଇ ଘରେ ପହଞ୍ଚିଲା ପରେ ପରିବାର ଓ ଗାଁ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, ଗୋଟିଏ ଛୁଆ ଜନ୍ମ ହେଲା ଆଉ ଗୋଟିଏ ଛୁଆ ଗଲା କୁଆଡେ।
ହେଲେ ସନ୍ଦେହ ଘେରରେ ରହି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଯେ, ଡାକ୍ତରଙ୍କ ସୋନୋଗ୍ରାଫି ରିପୋର୍ଟ କୁ ।