District

ସଡକ ଦୁର୍ଘଟଣାରେ ଦୁଇ ଗୁରୁତର

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର

ଉମରକୋଟ, ୧୨/୯: ବାଇକ ଦୁଘଟଣାରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅ ଅଧୀନରେ । ଗୁରୁତର ତର ଦୁଇ ଛାତ୍ର ହେଲେ ଉମରକୋଟ ବ୍ଲକ ସୁକିଗାଁ ଗାଁ ର ଶେଖର ସରକାର( ୧୯) ଓ ସନ୍ଦା ଗୁଡା ଗ୍ରାମର ଭକ୍ତ ଚନ୍ଦ୍ର ଗଣ୍ଡ। ମିଳିଥିବା ସୂଚନା ଅନୁସାରେ ଶେଖର ଓ ଭକ୍ତ ଦୁହେଁ ମିଶି ବା ବାଇକ ଯୋଗେ ଗୁରୁ କୃପା କଲେଜ କୁ ଯାଉଥିଲେ। ଏମାନଙ୍କୁ ୟୁଭି ୬ ନଂ ଛକ ରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ଦୁହିଁଙ୍କୁ ଉଦ୍ଧାର କରି ଏକ ଗାଡି ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଶେଖର ଙ୍କ ଡାହାଣ ହାତ ଓ ଗୋଡ ଭାଙ୍ଗି ଯାଇଥିବା ବେଳେ ଭକ୍ତ ଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଛି। ପ୍ରାଥମିକ ଚିକିତ୍ସା ପରେ ଦୁହିଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଶେଖରକୁ କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ନେଇଯାଇଥିବା ବେଳେ ଭକ୍ତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିଆଯ।ଇଛି। +୩ ଦ୍ୱିତୀୟ ବର୍ଷ ଛାତ୍ର ଥିବା ବେଳେ ଭକ୍ତ+୨ ପ୍ରଥମ ବର୍ଷ ଛାତ୍ର ଅଟନ୍ତି |

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button