DistrictKoraput

କୋରାପୁଟରେ ଜାତିଭେଦଭାବ ବିରୋଧରେ ଦାବୀପତ୍ର ପ୍ରଦାନ

କୋରାପୁଟ, ୧୨/୦୯: ଆଜି କୋରାପୁଟ ଜିଲ୍ଲା ଡମ ସମାଜ ବିକାଶ ପରିଷଦ ଦ୍ୱାରା ଦାମନଯୋଡିରେ ଜାତିଭେଦଭାବ ଘଟଣା ଓ ୮ଟି ଧପା ଦାବୀକୁ ନେଇ ୫୦୦ରୁ ୧୦୦୦ରେ ଲୋକଙ୍କର ଜନସମାଗମ ହୋଇଥିଲା।

ଏହା ସମୟରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ, ଏବଂ ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦେଶକଙ୍କୁ ଦାବୀପତ୍ର ପ୍ରଦାନ କରାଗଲା।
କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଡମ ସମାଜ ବିକାଶ ପରିଷଦ ସଭାପତି ରାଜେନ୍ଦ୍ର ଧଡ଼କା, ସାଧାରଣ ସମ୍ପାଦକ ଡାନିଏଲ ଖରା, ଦଳିତ ସମାଜ ସଭାପତି ମନସିନୀ ଟାକରି, ବାମସେଫ ସଭାପତି ପ୍ରବୀର ପାତ୍ର, ସେମିଲିଗୁଡା ବ୍ଲକ ଉପାଧ୍ୟକ୍ଷ ଶିବା ବାଙ୍ଗାରି, ସେମିଲିଗୁଡା ବ୍ଲକ ସଭାପତି ଅଶକ କନ୍ଧପାନ, ଉପସଭାପତି ନିରଞ୍ଜନ ଖିଲ, ନନ୍ଦପୁର ବ୍ଲକ ସଭାପତି ଗଙ୍ଗାଧର ଖରା ଓ ଅନ୍ୟାନ୍ୟ ଆଦିବାସୀ ସମାଜ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଆୟୋଜକମାନେ କହିଛନ୍ତି, ଏହି ରାଲି ପାଇଁ ପୋଲିସ ପ୍ରଶାସନ ଅନୁମତି ନ ଦେବା ଜଣାଶୁଣାଭାବରେ ଅନୁସୂଚିତ ଜାତି ଓ ଜନଜାତି ଅଞ୍ଚଳର ଲୋକଙ୍କୁ ବାଦ ଦେବାର ସମାନ। ଏହାକୁ ନେଇ ଡମ ସମାଜ ଓ ଆଦିବାସୀ ସମାଜ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିବାର ସୂଚନା ଦିଆଯାଇଛି।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button