District

ଗଣଶିକ୍ଷାମନ୍ତ୍ରୀଙ୍କ ଉମରକୋଟ ଗସ୍ତ

ଗଣଶିକ୍ଷାମନ୍ତ୍ରୀଙ୍କ ଉମରକୋଟ ଗସ୍ତ

ଉମରକୋଟ: ଉମରକୋଟ ବ୍ଲକ ର

ବିଭିନ୍ନ ପଞ୍ଚାୟତ ରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ବିଭାଗ ର ମନ୍ତ୍ରୀ ଉମରକୋଟ ଗସ୍ତ କରିଛନ୍ତି । ଗସ୍ତ କାର୍ଯ୍ୟ କ୍ରମ ରେ ଶ୍ରୀ ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି । ମନ୍ତ୍ରୀ ଙ୍କ କହିବା ନୁ ଯାଇ, ଆମ ଅଞ୍ଚଳ ଏକ ଆଦିବାସୀ ଅଧୁଷିତ ଅଞ୍ଚଳ। ଏହି ସବୁ ଗ୍ରାମାଞ୍ଚଳର ପିଲା ଘରେ ରହିବା ଦ୍ବାରା ପାଠ ପଢିବା ପାଇଁ ଅଗ୍ରହ ନ ନେଇ ଖେଳ କୂଦ ସହ ଜମିବାଡ଼ି କାମରେ ଲାଗିବା ଦେଖୁ ବାକୁ ମିଳିଛି । ଏଣୁ ଏହି ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ର ଗୁଣାତ୍ମକ ମାନ ପାଇଁ ପ୍ରତ୍ୟେକ ପଞ୍ଚାୟତ ମାନଙ୍କ ରେ ଥିବା ବିଦ୍ୟାଳୟ ଗୁଡ଼ିକରେ ହଷ୍ଟେଲ ସୁବିଧା କରାହେବ।

ଯ ଦ୍ୱାରା ଆଉ ପିଲାମାନେ ଘରେ ନ ରହି ହଷ୍ଟେଲ ରହି ପାଠ ପଢ଼ିବା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରି ପାରିବେ । ଏହି ଗ୍ରସ୍ତ ସମୟରେ ପ୍ରଥମେ ମୁର୍ତ୍ତମା ସରକାରୀ ବିଦ୍ୟାଳୟ ଗସ୍ତ କରି ଅନୁସୂଚିତ ଜାତି

ଓ ଜନଜାତି ବିକାଶ ବିଭାଗ ତରଫରୁ ବିଶିଷ୍ଟ ଆବାସିକ ହଷ୍ଟେଲ ଗୃହ, ପରେ ପରେ କେଶରୀ ବେଢା ଆବାସିକ ବିଦ୍ୟାଳୟ ଠାରେ ଓ କୋପେନା ଟିଏଗରଝ ବିଦ୍ୟାଳୟ ଠାରେ ୨ କୋଟି ବ୍ୟୟ ଅଟକଳ ରେ ପଚାଶ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଗୃହ ର ଶିଳା ନ୍ୟାସ କରିଥିଲେ ଓ ସିଙ୍ଗି ସାରୀ ଆବାସିକ ବିଦ୍ୟାଳୟ ର ଚାଳିଶ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟ ଆବାସିକ ଗୃହ ଉଦଘାଟନ କରିଥିଲେ । ମନ୍ତ୍ରୀ ସମସ୍ତ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ମାନଙ୍କୁ ଆଦର୍ଶ ଶିକ୍ଷା, ସ୍କୁଲ ର ସଫେଇ, ପିଲାଙ୍କ ଉପସ୍ଥାନ, ଆଉ ପିଲାଙ୍କ ଯନ୍ ଓ ପିଲାଙ୍କ ଗୁଣାତ୍ମକ ମଧ୍ଯାନ ଭୋଜନ ପାଇଁ ଶିକ୍ଷକ ମାନଙ୍କୁ ଗୁରୁ ମନ୍ତ୍ରୀ ଦେଇଥିଲେ । । ବର୍ତ୍ତମାନ ସମୟରେ ଜୁନିଅର ଶିକ୍ଷକ ମାନଙ୍କୁ ନିୟମିତ ପକ୍ରିୟା କେବେଳ ମୋ ସମୟରେ ସମ୍ଭବ ହେଇ ପାରିଛି ବୋଲି ନିଜ ପ୍ରତିକ୍ରିୟା ରଖିଥିଲେ । ସବୁ ସ୍କୁଲ କୁ ଆଗାମୀ ଦିନ ରେ ସ୍ଥାୟୀ ପଟ୍ଟା ଓ ହଷ୍ଟେଲ ଘର ଯୋଗାଇ ଦେବାକୁ ଆମ ସରକାର ପ୍ରତି ଶ୍ରୁତି ବଧ ବୋଲି କହିଥିଲେ । ଆଜି ର ଏହି କାର୍ଯ୍ୟ କ୍ରମ ରେ ମନ୍ତ୍ରୀ ଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦନ ରାୟ, ବ୍ଳକ ସଭାପତି ସୁଶିଳା ମାଝୀ, ଭା ଳ ପା ର ବରିଷ୍ଠ ନେତା ରମେଶ ସାହୁ, ସଂସଦ ପ୍ରତିନିଧୂ ରାମ ନାୟକ, ମନ୍ତ୍ରୀ ପ୍ରତିନିଧ ଅଶୋକ ପାଢ଼ୀ ସମେତ ବହୁ ସ୍ଥାନୀୟ ବୁଦ୍ଧି ଯିବି ଓ ଅଂଚଳ ର କାର୍ଯ୍ୟ କର୍ତା ଯୋଗ ଦେଇଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button