District

ପରୀକ୍ଷ। ପ।ଇଁ ଗର୍ଭବତୀଙ୍କୁ ଧ।ଡି ଯନ୍ତ୍ରଣ।

ପରୀକ୍ଷା ପାଇଁ ଗର୍ଭବତୀଙ୍କୁ ଧାଡ଼ି ଯନ୍ତ୍ରଣା

ନବରଙ୍ଗପୁର, ୧୨/୯: ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନାରେ ପ୍ରତ୍ୟେକ ମାସର ୯ ତାରିଖରୁ ପ୍ରସବ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ମାଗଣାରେ ବିଭିନ୍ନ ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ସେହି କ୍ରମରେ ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୦୮ ଗର୍ଭବତୀ ଆସିଥିଲେ। ହେଲେ ସେମାନଙ୍କ ବସିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିଲା। ଫଳରେ ଆସିଥିବା ଦୂରଦୂରାନ୍ତରୁ ଗର୍ଭବତୀମାନେ ପଞ୍ଜୀକରଣ କାଉଣ୍ଟର ଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ପାଇଁ ଲମ୍ବା ଲାଇନ୍ ଲଗାଇ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ଏପରିକି କେତେକ ଗର୍ଭବତୀ ତଳେ ଚଟାଣରେ ବସିବାକୁ ଦେଖିବାକୁ ମିଳିଥିଲା।

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଯୋଜନାରେ ଗର୍ଭବତୀଙ୍କ ମାଗଣାରେ ରକ୍ତଚାପ, ରକ୍ତ, ହେମଗ୍ଲୋବିନ୍ କରାଯାଇଥିଲା ଗର୍ଭସ୍ଥ ଶିଶୁର ଓ ପରି ଉଣ୍ଡ ବି କରାଯାଇଥିଲା ଏହା ସହ ମାଗଣାରେ ଔଷଧ ଦେଇଥିଲେ। ତେଣୁ ପଞ୍ଜୀକରଣ ଠାରୁ ଆରମ୍ଭ କରି ସମସ୍ତ ପରୀକ୍ଷା କକ୍ଷ ଥିଲା। ପିଇବା ପାଣି ସୁବିଧା ନଥିବାରୁ ଗର୍ଭବତୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ

ଏଭଳି ଅବ୍ୟବସ୍ଥା ଦେଖି ଗର୍ଭବତୀ ମହିଳାଙ୍କ ସ୍ବାମୀ ଓ ସମ୍ପର୍କୀୟମାନେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେହିପରି ଗର୍ଭବତୀ ମହିଳାମାନେ ବିଭିନ୍ନ ପରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଦ୍ବାରା ସେମାନଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହେଉଛି ବୋଲି ମାନବିକ ଅଧିକାର କର୍ମୀ ସନ୍ତୋଷ ମିଶ୍ର ଅଭିଯୋଗ କରିଛନ୍ତି । ଏହି ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ।

ସୁବିଧା ଯୋଗାଇ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏନେଇ ଡିଏଚ୍ଏଚ୍ ହସ୍ପିଟାଲ୍ ମ୍ୟାନଜର ରିତେଶ ସାହୁ କହିଛନ୍ତି ଯେ ସବୁ ମାସରେ ୭୦ରୁ ୧୦୦ ଗର୍ଭବତୀ ଆସୁଥିବା ବେଳେ ଆଜି ହିଁ ସର୍ବାଧିକ ଗର୍ଭବତୀ ଯାଞ୍ଚ ପାଇଁ ଆସିଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଜଣେ ମହିଳା ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସେବା ଯୋଗାଉଥିବା ସେ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button