ଶିକ୍ଷୟିତ୍ରୀଙ୍କ ଦାୟିତ୍ଵ ରେ ଅବହେଳା ତ।ଗିଦ। କଲେ ଆତ୍ମହତ୍ୟା ଧମକ
ଶିକ୍ଷୟିତ୍ରୀଙ୍କ ଦାୟିତ୍ୱରେ ଅବହେଳା, ତାଗିଦା କଲେ ଆତ୍ମହତ୍ୟା ଧମକ
ନବରଙ୍ଗପୁର, ୧୧/୯
ସ୍କୁଲ କର୍ତ୍ତୃପକ୍ଷ ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡା ହାଇସ୍କୁଲ ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ କାର୍ଯ୍ୟରେ ଅବହେଳା କରୁଛନ୍ତି । ତାଗିଦ କଲେ ଆତ୍ମହତ୍ୟା ଧମକ ଦେଉଥିବା ଅଭିଯୋଗ ଆଣି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲର ଅନ୍ୟ ଶିକ୍ଷୟିତ୍ରୀ ଓ ଶିକ୍ଷକ ମଙ୍ଗଳବାର ଡିଇଓ ଛତ୍ରପତି ସାହୁଙ୍କୁ ଭେଟି ଲିଖିତଭାବେ ଜଣାଇଛନ୍ତି। ପ୍ରଧାନଶିକ୍ଷୟତ୍ରୀ ସସ୍ମିତା ନନ୍ଦଙ୍କ ନେତୃତ୍ୱରେ ୧୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ଡିଇଓଙ୍କୁ ଭେଟିଥିଲେ। ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ ଦାୟିତ୍ୱରେ ଅବହେଳା କରୁଛନ୍ତି I ସ୍କୁଲକୁ ନିୟମିତ ବିଳମ୍ବରେ ଆସୁଛନ୍ତି। ପଢ଼ାଇବାରେ ଅବହେଳା କରୁଛନ୍ତି। ଷ୍ଟାପ୍ ମିଟିଂରେ ଅନୁପସ୍ଥିତ ରହୁଛନ୍ତି। ଟାଇମ୍ ଟେବୁଲ୍ ଚିରି
ଅଭିଯୋଗ ଆଣିଲେ ୧୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ
ଦେଉଛନ୍ତି। ତାଗିଦ୍ କଲେ ଆତ୍ମହତ୍ୟା ଧମକ୍ ଦେଉଛନ୍ତି I ସ୍କୁଲ ପରିଚାଳନା ଓ ଶିକ୍ଷାଦାନକୁ ନେଇ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ତେଣୁ ସମ୍ପୃକ୍ତ ସହକାରୀ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଇଓ ସାହୁ ପ୍ରତିଶ୍ରୁତି ଦେଇଛନ୍ତି । ଉନ୍ନୀତ ତ ପ୍ରାଥମିକ ମିକ ବିଦ୍ୟାଳୟରେ ପଢ଼ାଇ ଢ଼ାଇବାକୁ ଚିଠି କରିବାକୁ ଏଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଆତ୍ମହତ୍ୟା ଧମକ୍ ଦେଉଥିବା ଯୋଗୁ ଥାନାରେ ଲିଖିତ ଅଭିଯୋଗ କରିବାକୁପରାମର୍ଶ ଦେଇଛନ୍ତି ।