ଧସିଲ। କମ।ର ବେଲ ଗ।ଅଁ। ପୋଲ
ଧସିଲା କମାରବେଲଗାଁ ପୋଲ
ନନ୍ଦପୁର, ୧୧।୯
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଦେଇ ଯାଇଥିବା ଗେରୁପୁଟ–ସାଉନିପୁଜାରୀପୁଟ ଆର୍ଡି ରାସ୍ତାର କମାର ବେଲଗାଁ ପୋଲ ଟିଏ ପାର୍ଶ୍ଵ ବୁଧବାର ଧସି ଯାଇଛି। ଲଗାଣ ଣ ବର୍ଷା ଓ ପୋଲର ଉକ୍ତ ସ୍ଥାନରେ ପ୍ରଖର ସ୍ରୋତ ପୋଲ ତଳୁ ମାଟି ଧୋଇ ମୂଳଦୁଆକୁ କମଜୋର କରିଥିବା ଅନୁମାନ କରାଯାଉଛି। ଏହି ପୋଲ ମାଳିବେଲଗାଁ ପଞ୍ଚାୟତ ତଥା ମାଛକୁଣ୍ଡ ଷ୍ଟେସନକୁ ଯାତାୟାତ ନିମନ୍ତେ ମୁଖ୍ୟ ରାସ୍ତା ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ପୋଲ ଓ ରାସ୍ତାର ତୁରନ୍ତ ତଦାରଖ କରି
ଆବଶ୍ୟକ ମରାମତି କରିବାକୁ ଲୋକେ ନିବେଦନ କରିଛନ୍ତି ସକାଳୁ ପୋଲ ଧସିବା ଦେଖ୍ ଲୋକେ ଆଶଙ୍କିତ ହୋଇଥିଲେ।ଏ
ନେଇ ପଞ୍ଚାୟତ ପ୍ରଶାସନକୁ ଅବଗତ କରାଯାଇଛି। ସରପଞ୍ଚ ପ୍ରହଲ୍ଲାଦ ମୁଦୁଲି, ସମିତିସଭ୍ୟ ମଙ୍ଗଳୁ ଖରା, ପିଇଓ ସୁବାସ ପଣ୍ଡା ପ୍ରମୁଖ ପୋଲର ସ୍ଥିତି ପରଖିବା ପରେ ନନ୍ଦପୁର ବିଡିଓଙ୍କୁ ଅବଗତ – କରିଥିଲେ। ସୁନାବେଡ଼ା ଆରଡି ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଯନ୍ତ୍ରୀ ମାନସୀ ଡାକୁଆଙ୍କୁ ଧସିଥିବା ପୋଲ ନିରୀକ୍ଷଣ କରି ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପାରେ ଆବଶ୍ୟକ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି।