ରାଇପୁର ଓ ବିଶ। ଖ।ପ।ଟଣ। ଭ।ରତ ମ।ଳ। ପ୍ରକଳ୍ପ ସମୀକ୍ଷା କଲେ ରାଜ୍ୟପାଳ
ରାୟପୁର-ବିଶାଖାପାଟଣା ଭାରତମାଳା ପ୍ରକଳ୍ପର ସମୀକ୍ଷା କଲେ ରାଜ୍ୟପାଳ
କୋରାପୁଟ, ୧୧/୯ : ରାଜ୍ୟପାଳ ଡ, ହରିବାବୁ କମ୍ଭମପତି ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଭାରତ ମାଳା ଯୋଜନାରେ ନିର୍ମାଣାଧୀନ ରାୟପୁର-ବିଶାଖାପାଟଣା ଏକ୍ସପ୍ରେସ ହାଇୱେର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ରାୟପୁର-ବିଶାଖାପାଟଣା ଏକ୍ସପ୍ରେସ ହାଇୱେ (ଏନ୍ଏଚ-୧୩୦ ସିଡି) ଭାବରେ ପରିଚିତ ଅର୍ଥନୈତିକ କରିଡର ଭାରତ ମାଳା ପରିଯୋଜନା ଅଧୀନରେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଛି। ଏହି ୬ ଲେନ୍ ରାଜପଥ ମାଲ ପରିବହନ, ଦକ୍ଷତା ବୃଦ୍ଧି କରିବା ଏବଂ ରପ୍ତାନିକୁ ବୃଦ୍ଧି କରିବା ଆଶା କରାଯାଉଛି। ରାଜ୍ୟପାଳ ପଟାଙ୍ଗି ନିକଟରେ ଏହି ଏକ୍ସପ୍ରେସ ହାଇୱେର ସୁଡ଼ଙ୍ଗ (ଓଡ଼ି ୭) ପରିଦର୍ଶନ କରିଥିଲେ ଏବଂ ଚାଲୁଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ I ଛତିଶଗଡ଼ର ରାୟପୁର ଠାରୁ ଆରମ୍ଭ ହୋଇ ଓଡ଼ିଶାର ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ଦେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇଥିବା ଏହି ରାସ୍ତା