ଗ।ଅଁ। କୂ ରାସ୍ତା ନ।ହିଁ ,ବ।ଟରେ ଅଟକିଲ। ଆମ୍ବୁଲାନ୍ସ ରାସ୍ତାରେ ଜନ୍ମ ଦେଲେ ଶିଶୁକନ୍ୟା
ଗାଁକୁ ରାସ୍ତା ନାହିଁ, ବାଟରେ ଅଟକିଲା ଆମ୍ବୁଲାନ୍ସ
ରାସ୍ତାରେ ପ୍ରସବ, ଶିଶୁକନ୍ୟା ଜନ୍ମ
ଜଲ୍ୟାଣସିଂପୁର,୧୧/୯: ସରକାର ଯେତେ ଚେଷ୍ଟା କଲେ ବି ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ପଢ଼ା ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ବାଟରେ ଅଟକି ରହିଥିଲା । ବିଲ ହିଡ଼ ଦେଇ ଗର୍ଭବତୀ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଯାଉଥିବା ବେଳେ ବାଟରେ ହେଲା ପ୍ରସବ । ଦୀର୍ଘ ୩ ଘଣ୍ଟା ପରେ ନବଜାତ ଶିଶୁକନ୍ୟା ସହ ମହିଳାଙ୍କୁ ମେଡିକାଲ୍ ନିଆଯାଇଥିଲା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସଦର ମହକୁମା ଚଞ୍ଚଡ଼ାସାହିରେ। ମହିଳା ହେଲେ ବନିତା କାତ୍ମାକା ।
ମିଳିଥିବା ସୂଚନା ଅନୁଯାୟୀ, ବ୍ଳକ୍ ସଦର ମହକୁମା ଚଞ୍ଚଡ଼ାସାହିର ସୁନେଲ ପ୍ରାସ୍କାଙ୍କ ସ୍ତ୍ରୀ ବନିତା ଗର୍ଭବତୀ ଥିଲେ । ଆଜି ରାତି ୩ଟା ୧୫ରେ ତାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହା ଦେଖି ପରିବାର ଲୋକେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଏବଂ ଆଶାକର୍ମୀ ନବୀନା ଦ୍ବିପଙ୍କୁ
ଯୋଗାଯୋଗ କରିଥିଲେ। ଖବରପାଇ ଆମ୍ବୁଲାନ୍ସ ମେଡିକାଲ୍ରୁ ବାହାରି ଗାଁ ଅଭିମୁଖେ ଆସିଥିଲା। ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ବାଟରେ ଅଟକି
ରହିଥିଲା । ଏଭଳି ସ୍ଥିତିରେ ପରିବାର ଲୋକଙ୍କ ସମେତ ସମ୍ପର୍କୀୟ ଓ ଆଶାକର୍ମୀ ବନିତାକୁ ଘରୁ ଚଲାଇ ଚଲାଇ ଆମ୍ବୁଲାନ୍ସ ନିକଟକୁ ଆଣୁଥିବା
ବେଳେ ଦେଢଶହ ମିଟର ଦୂରରେ ବନିତାଙ୍କ ପ୍ରସବ ହୋଇଥିଲା । ରାସ୍ତାକଡ଼ରେ ହିଁ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଦୀର୍ଘ ୩ ଘଣ୍ଟା ପରେ ଉଭୟ ମା’ ଓ ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ନେଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ କନ୍ୟା ସୁସ୍ଥ ଥିବା ଆଶାଦିଦି ନବୀନା କହିଛନ୍ତି ।
ସୂଚନାଥାଉକି, ଚଞ୍ଚଡ଼ସାହିକୁ ଯିବା ଲାଗି ପକ୍କା ରାସ୍ତାଟିଏ ନାହିଁ । ରାସ୍ତା ନିର୍ମାଣ ପାଇଁ ସାହି ବାସିନ୍ଦା ବହୁ ବାର ପ୍ରଶାସନ ପାଖରେ ଲିଖିତ ଭାବେ ଜଣାଇଛନ୍ତି । ତଥାପି କୌଣସି ସୁଫଳ ମିଳୁନଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଯାହାଫଳରେ ଜରୁରୀ ସମୟରେ ଗାଁର ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଢୁଛି । ତୁରନ୍ତ ଗାଁକୁ ରାସ୍ତା ନିର୍ମାଣ ପାଇଁ ସାହିବାସିନ୍ଦା ଦାବି କରିଛନ୍ତି।