District

ଉଦ୍ଧାର ହେଲେ ନିଖୋଜ ଦାଦନ ଶ୍ରମିକ

ଉଦ୍ଧାର ହେଲେ ନିଖୋଜ ଦାଦନ ଶ୍ରମିକ

ମୈଦଲପୁର,୧୧/୯: ଦାଦନ ଖଟିବା ପାଇଁ କେରଳ ରାଜ୍ୟକୁ ଯାଇ ନିଖୋଜ ଥିବା ଜଣେ ଯୁବକ ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଚରାମୂଳା ଗ୍ରାମରୁ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ଯୁବକ ଜଣଙ୍କ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ବାଲେଙ୍ଗା ଗ୍ରାମର ନନ୍ଦ ରାଉତ(୨୫) ବୋଲି ଜଣାପଡ଼ିଛି। କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ପରିବାର ଲୋକଙ୍କୁ ନନ୍ଦଙ୍କୁ ହସ୍ତାନ୍ତର କରାଯାଇଛି। ନନ୍ଦଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ପ୍ରାୟ ୫ବର୍ଷ ତଳେ ନନ୍ଦ ରାଉତ ନିଜ ଅଞ୍ଚଳର କିଛି ଶ୍ରମିକଙ୍କ ସହିତ ମିଶି କେରଳକୁ ଦାଦନ ଖଟିବା ପାଇଁ ଯାଇଥିଲେ । ତେବେ କେରଳ ରାଜ୍ୟରେ ନନ୍ଦ ନିଖୋଜ ହୋଇଯିବାରୁ ସାଥୀରେ ଯାଇଥିବା ଶ୍ରମିକ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାର କିଛି ଦିନ ପରେ

ମେଡିକାଲରେ ଭର୍ତ୍ତି

ଅନ୍ୟ ଶ୍ରମିକମାନେ ଘରକୁ ଫେରି ଆସିଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନନ୍ଦଙ୍କୁ ନପାଇ ନିରାଶ ହୋଇ ପଡ଼ିଥିଲେ। ନନ୍ଦ ଆଉ ଘରକୁ ଫେରିବ ନାହିଁ ବୋଲି ପରିବାର ଲୋକ ଭାବି ନେଇଥିଲେ । ତେବେ ସୋମବାର ରାତିରେ ମୈଦଲପୁର ଥାନା ଅଧୀନସ୍ଥ ଚରାମୂଳା ଗ୍ରାମର କିଛି ଯୁବକ ନନ୍ଦଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରି ସେବା ଶୁଶ୍ରୂଷା କରିଥିଲେ। ପରେ ନନ୍ଦଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ପୋଷ୍ଟ ଦେଖିବା ପରେ ଉଦ୍ଧାର ଯୁବକ ଜଣଙ୍କ ନନ୍ଦ ବୋଲି ଜାଣିବା ପରେ ପରିବାର ଲୋକ ଚରାମୂଳା ଗ୍ରାମରେ ପହଞ୍ଚିଥିଲେ ପରେ ଉଦ୍ଧାର କରିଥିବା ଯୁବକମାନେ ନନ୍ଦଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ସ୍ବାସ୍ଥ୍ୟ ଖରାପ ଥିବାରୁ ନନ୍ଦଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ୫ବର୍ଷ ପରେ ପୁଅକୁ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଉଦ୍ଧାର କରିଥିବା ଯୁବକଙ୍କୁ ଧନ୍ୟବାଦ ଜଣାଇଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button