ପାଠାଗାର ସ୍ଥାପନ ପ।ଇ ସିଟିଜେନ୍ସ କମିଟିର ଦ।ବି
ପାଠାଗାର ସ୍ଥାପନ ପାଇଁ ସିଟିଜେନ୍ସ କମିଟିର ଦାବି
ନବରଙ୍ଗପୁର,୧୧/୯
ନବରଙ୍ଗପୁର ସଦର ମହକୁମାରେ ସର୍ବସାଧାରଣଙ୍କ ଶକାସେ ପାଠାଗାର ସ୍ଥାପନ ପାଇଁ ଜିଲ୍ଲା ସିଟିଜେନ୍ସ କମିଟିର ସଭାପତି ଜଗନ୍ନାଥ ମହାପାତ୍ର ଦାବି କରିଛନ୍ତି। ସଦର ମହକୁମାରେ ସର୍ବସାଧାରଣଙ୍କ ପାଇଁ ପାଠାଗାରର ଅଭାବ ରହିଛି। କମିଟିର ସଭାପତିଙ୍କ ଅନୁଯାୟୀ, ଯେ କେହି ବି ପାଠାଗାରରୁ ବହୁ ଉପାଦୟ ପୁସ୍ତକ ସହ ଡିଜିଟାଲ ଫରେମେଟରେ ବିଭିନ୍ନ ଜ୍ଞାନ ଅର୍ଜନ କରିପାରିବେ । ସାଧାରଣତଃ ପାଠାଗାରରେ ପୌରାଣୀକ କଥା ସହ, ଖବରକାଗଜ, ସାହିତଯ, କବିତା, ବିଜ୍ଞାନ, ଇଂଜିନିୟରିଂ, ଚିକିତ୍ସା ସମ୍ବନ୍ଧୀୟ ପୁସ୍ତକ ସହିତ ଇତିହାସ, ଭୁଗଳ, ଦର୍ଶ ନ, ଧାର୍ମୀକ ଗ୍ରନ୍ଥ, ବଯାୟାମ,ୟୋଗ,ଆର୍ୟୁବେଦ, କଳା, ସଂଙ୍ଗୀତ, ନୃତଯ, ସଂସ୍କୃତି, ବାସ୍ତୁକଳା, ବଯବସାୟୀକ, ଅର୍ଥଶାସ୍ତ୍ର, ଆତ୍ମକଥା, ଜୀବନୀ, ପ୍ରସିଦ୍ଧ ବଯକ୍ତି ମାନଙ୍କ ଆତ୍ମକଥା, ସନ୍ଦର୍ଭ ଏବଂ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପୁସ୍ତକ ଉପଲବ୍ଧ ରହିଥାଏ । ତେବେ ସଦର ମହକୁମାରେ ସର୍ବସାଧାରଣଙ୍କ ପାଇଁ ବଡ
ଧରଣର ପାଠାଗାର ନଥୁବା କ୍ଷୋଭର ବିଷୟା ୧୯୮୦ ଦଶକରେ ନବରଙ୍ଗପୁର ପୌର ପରିଷଦ ଅଧୁନରେ ସ୍ଥାନୀୟ ଶାସ୍ତ୍ରୀ ଭବନ ବା ଟାଉନ ହୋଲ୍ ଠାରେ ପୌରପାଳିକାର ପାଠାଗାର ରହିଥିଲା I ପାଠକ ମାନେ ୨ଖଣ୍ଡ ବହି ପଢି ଫେରେଇବା ପରେ ପୁଣି ୨ଖଣ୍ଡ ବହି ଘରକୁ ନେଇ ପାରୁଥିଲେ । ସଂଧ୍ଯା ହେଲେ ପାଠାଗାରରେ ପାଠକ ମାନଙ୍କ ଭିଡ ଜମୁଥୁଲା I ବର୍ତ୍ତମାନ ଟାଉନ ହୋଲ୍ ଏହାର ମୁକ ସାକ୍ଷୀ ପାଲଟି ଥିବା ବେଳେ ପାଠାଗାରର ଚିହ୍ନବର୍ଣ୍ଣ ନାହିଁ। ଏହା ପୂର୍ବରୁ ଜିଲ୍ଲାର ସୁନାମ ଧନଯ ସାହିତିଯକ ଭାଗିରଥ୍ ପାତ୍ରଙ୍କ ନିଜସ୍ଵ ଉଦ୍ୟମରେ ଏକ ପାଠାଗାର ରହିଥିଲା । ସଂପୃକ୍ତ ପାଠାଗାର ଅନେକ ଯୁବ ସାହିତିଯକଙ୍କ ସାହିତଯ ସାଧାନା ପାଇଁ ଉପଯୋଗ ହୋଇ ପାରିଥିଲା I ଏହିପରି ବିଭିନ୍ନ ସମୟରେ ସାହିତଯ ଅନୁରାଗୀ ତଥା ବୁଦ୍ଧିଜୀବୀ ମାନେ ପାଠାଗାରର ସ୍ଥାପନ ପାଇଁ ପ୍ରଚେଷ୍ଟା ଓ ଦାବି କରି ଆସୁଥିବା ବେଳେ ବର୍ତ୍ତମାନ ଜିଲ୍ଲା ସିଟିଜନ୍ସ କମିଟି ଏହାର ମଙ୍ଗ ଧରିଛି। ଅପରପକ୍ଷେ, ୧୯୯୧ ମସିହାରେ ଜିଲ୍ଲା ଗଠନ ହେବା ପରେ ସୂଚନା ଓ ଲୋକ ସମ୍ପର୍କ
ବିଭାଗ ପକ୍ଷରୁ ଏକ ପାଠାଗାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯଯାଳୟ ପରିସରରେ ଚାଲିଛି। ୨୪୦ ବର୍ଗ ଫୁଟ ବିଶିଷ୍ଟ ଏକ ବଖରାରେ ସ୍ଥାପିତ ଏହି ଜିଲ୍ଲା ସ୍ତରୀୟ ପାଠାଗାରରେ ପ୍ରାୟ ୫୦୦0 ସଂଖଯକ ପୁସ୍ତକ ରହିଛି। ୧୦୦ ଟଙ୍କା ଦେୟ ବଦଳରେ ୧୬୭ ଜଣ ଆଜୀବନ ସଦସ୍ୟ ରହିଛନ୍ତି। ତେବେ ଏହି ପାଠାଗାରରେ କେବଳ ପୁସ୍ତକ ପର୍ଯଯନ୍ତ ସିମୀତ ରହିଛି I ଏ ପର୍ଯ୍ୟନ୍ତ ଡିଜିଟାଲ ଫର୍ମେଟରେ ପାଠ କରିବାକୁ ପାଠକ ମାନଙ୍କ ପାଇଁ ଇ-ଲାଇବ୍ରେରୀ ଖଲାଯାଇ ପାରିନାହିଁ। ଏହାକୁ ଦୃଷ୍ଟିରେ ରଖ୍ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଆଧୁନିକ ପାଠାଗାର ସ୍ଥାପନ ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପାଠାଗାରରେ ଇ ଲାଇବ୍ରେରୀ ବଯବସ୍ଥା କରିବାକୁ ଶ୍ରୀ ମହାପାତ୍ର ଦାବି କରି ଛନ୍ତି। ଏ ସମ୍ପର୍କରେ ପୌର କାର୍ଯଯନିର୍ବାହୀ ଅଧୂକାରୀ ଡ ଅଶୋକ କୁମାର କଣ୍ଠଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପୌରପାଳିକା ପରିସରରେ ଅତିଶୀଘ୍ର ସର୍ବସାଧାରଣଙ୍କ ପାଇଁ ଏକ ପାଠାଗାରର ସ୍ଥାପନ କରାଯିବ ବୋଲି କହିଛନ୍ତି ।