କନ୍ଧ ଗୁଡ। ରାସ୍ତାର ଭାଗ୍ୟ ବଦଳିବ କେବେ
କନ୍ଧଗୁଡା ରାସ୍ତାର ଭାଗ୍ୟ ବଦଳିବ କେବେ ?
ଗାଁକୁ ଯାଇପାରୁନି ରୋଗୀ ବୁହା ଯାନ, ଗର୍ଭବତୀଙ୍କୁ ଭାର ଭରସା
ଜୟପୁର, ୧୧/୯: କାଦୁଅ ପଚପଚ ରାସ୍ତା ସାମାନ୍ୟ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି । ଏହି ରାସ୍ତାରେ ଚାଲି କରି ଯିବା ମଧ୍ଯ ଅତ୍ୟନ୍ତ କଷ୍ଟା ପିଲାମାନେ ବିଦ୍ୟାଳୟକୁ ଯିବାଆସିବାରେ ଦୁର୍ଦଶା ଭୋଗୁଛନ୍ତି । ରାସ୍ତାର ଦୁର୍ଦଶା ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ରାସ୍ତା ପ୍ରତି କାହାର ନଜର ପଡୁନି । ବର୍ଷାଦିନେ ଗାଁକୁ ଯାଇପାରେନି ରୋଗୀ ବୁହା ଯାନ (ଆମ୍ବୁଲାନ୍ସ) ଭୋଟ ବେଳେ ନେତା ଗାଁକୁ ଆସନ୍ତି ଆଉ ମେଞ୍ଚାଏ ପ୍ରତିଶ୍ରୁତି ଦେଇ ପରେ ଭୁଲିଯାଆନ୍ତି । ହେଲେ ରାସ୍ତା ନିର୍ମାଣ କଥା ପାଶୋରିଦିଅନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଜୟପୁର ସହର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଟାଙ୍କୁଆ ପଞ୍ଚାୟତ । ଏହି ପଞ୍ଚାୟତରେ କନ୍ଧଗୁଡ଼ା ଗାଁକୁ ରାସ୍ତା ନାହିଁ । ଆମ୍ବୁଲାନ୍ସ ଗାଁକୁ ଯାଇପାରେନି । ତେଣୁ ବର୍ଷା ଦିନରେ ଗର୍ଭବତୀ
ମହିଳା କିମ୍ବା ବୃଦ୍ଧବୃଦ୍ଧାଙ୍କୁ ସ୍ୱାସ୍ଥ୍ୟ କନ୍ଧଗୁଡ଼ାର ଗାଁ ମୁଣ୍ଡ ଯାଏ ଭାରରେ ବୋହି ନିଅନ୍ତି । ଏହି ରାସ୍ତା ବର୍ଷସାରା ଏମିତି । ରାସ୍ତା ସମସ୍ୟାରେ ଜର୍ଜରିତ ଗ୍ରାମବାସୀ ବାରମ୍ଵାର ପଞ୍ଚାୟତ ଠାରୁ ନେଇ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ତଥାପି ରାସ୍ତାର ଭାଗ୍ୟ ବଦଳି ନାହିଁ । ପଞ୍ଚାୟତ ରାସ୍ତା ହୋଇଥିବାରୁ କନ୍ଧଗୁଡ଼ାର ରାସ୍ତା ଖରାପ ହେଲେ ମେଟାଲ ଓ ମୁରୂପ ଢାଳି ମରାମତି କରି ଦିଆ ଯାଉଛି । ପୁଣି ବର୍ଷା ଆସିଲେ ରାସ୍ତାର ଅବସ୍ଥା ଖରାପ ହୋଇଯାଉଛି । ଚଳିତ ବର୍ଷ କନ୍ଧଗୁଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମରାମତି କରାଯାଇନାହିଁ । ଫଳରେ ବାଗ୍ରାଗ୍ରାମ ଠାରୁ କନ୍ଧଗୁଡ଼ା ଗାଁର ରାସ୍ତା ଶୋଚନୀୟ ହୋଇପଡ଼ିଛି ।
ଗ୍ରାମରେ ଆଦିବାସୀ ପରଜା ଓ କନ୍ଧ ସଂପ୍ରଦାୟର ପ୍ରାୟ ୨୩ଟି ପରିବାର ରହୁଛନ୍ତି । ସେ ଠିକାର କୁନି କୁନି ଛୁଆ ରାସ୍ତା ଖରାପ ହେତୁ
ଅଙ୍ଗନବାଡ଼ି କେନ୍ଦ୍ରକୁ ଆସି ପାରୁ ନାହାନ୍ତି । ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁ ଥିବା ପିଲା ରାସ୍ତା ଖରାପ ହେଇ ଯାଇ ଥିବାରୁ ଆଉ ବିଦ୍ୟାଳୟକୁ ଯିବାକୁ ଅମଙ୍ଗ
ହେଉଛନ୍ତି । ଏପରି କି ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ିଦେଉଛନ୍ତି। ଅପରପକ୍ଷରେ ଲଗାଣ ବର୍ଷା ଲାଗି ରହିଲେ ଯାତାୟାତ କରିବା କଷ୍ଟକର ହେତୁ କନ୍ଧଗୁଡ଼ା ଗାଁର ମହିଳା ଓ ପୁରୁଷ କୁଲି କାମ
କରିବାକୁ ପଦାକୁ ବାହାରୁ ନଥିବା କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ପଞ୍ଚାୟତସ୍ତରରେ ରାସ୍ତା କାମ କରାଯାଇ ପାରୁ ନଥିବାରୁ ଏହାକୁ
ଆରଡ଼ି ବିଭାଗକୁ ହସ୍ତାନ୍ତର କରିବାକୁ ଜୟପୁର ପଞ୍ଚାୟତ ସମିତି ବୈଠକରେ ନିଷ୍ପତି ନିଆଯାଇଥିଲା । ପ୍ରାୟ ୮ମାସ ବିତିଲାଣି ଟାଙ୍କୁଆ ପଞ୍ଚାୟତର କନ୍ଧଗୁଡ଼ା ପଞ୍ଚାୟତ ରାସ୍ତାକୁ
ଆରଡ଼ି ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି ବୋଲି ଜୟପୁର ବ୍ଲକ ଏବିଡିଓ ମନୋଜ ନାୟକ ପ୍ରକାଶ କରିଛନ୍ତି । ତେବେ ଆରଡ଼ି ବିଭାଗ ଯନ୍ତ୍ରୀ କନ୍ଧଗୁଡ଼ା ରାସ୍ତା ସମ୍ବନ୍ଧରେ ସେପରି ସଠିକ ସୂଚନା ନଥୁବା କହିଛନ୍ତି । ଚଳିତ ମାସରେ ଏକ ବୈଠକ ଅନୁଷ୍ଠିତ ହେବ ସେଥ୍ରେ ଜନ୍ଧଗୁଡ଼ା ଗ୍ରାମର ରାସ୍ତା ଯଦି ଆରଡ଼ି ବିଭାଗକୁ ଆସି ଯାଇଛି ତାହା ହେଲେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନୂତନ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀ ଶଶୀ ଶେଖର ପାଣ୍ଡେ ପ୍ରକାଶ କରିଛନ୍ତି । ଆରଡ଼ି ବିଭାଗ ଅନୁଧ୍ୟାନ କରିବା ପରେ କନ୍ଧଗୁଡ଼ାକୁ ନୂତନ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ଖାଲଖମା ରାସ୍ତାକୁ ମରାମତି କରି ଯାତାୟାତ ଉପଯୋଗୀ କରିବାକୁ