District

ଜେର ଧରିଲ। ଧୋଡ। କୁ ନୂତନ ବ୍ଲକ ମାନ୍ୟତ। ଦ।ବି କଲ।ଧୋଡର। କ୍ରିୟା ଅନୁଷ୍ଠାନ ସମିତି

ଜୋର ଧରିଲା ଧୋଡ୍ରା କୁ ନୂତନ ବ୍ଲକ ମାନ୍ୟତା ଦାବିକଲା ଧୋଡ୍ରା କ୍ରିୟାନୁଷ୍ଠାନ ସମିତି

ଝରିଗାଁ,୧୧/୯ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋତ୍ରା କୁ ବ୍ଲକ ମାନ୍ୟତା ପାଇଁ ଦାବି ଆଜି ଜୋର ଧରିଛି । ୧୪ ଗୋଟି ପଞ୍ଚାୟତ ର ସରପଞ୍ଚ ସମେତ ତୃଣମୂଳ ପ୍ରତିନିଧି ଙ୍କୁ ନେଇ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସମସ୍ତେ ଏକତ୍ରିତ ହୋଇ ଉକ୍ତ ଦାବିକୁ ସରକାର ଙ୍କୁ ଜଣାଇବା ପାଇଁ ଧୋଡ୍ରା ଦୁର୍ଗା ମଣ୍ଡପ ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଶିବ ମନ୍ଦିର ଠାରେ ଯାଇଥିଲେ । ସେଠାରେ ପ୍ରଥମେ ମନ୍ଦିରରେ ପୂଜାର୍ଚନା କରି ବୈଠକ ଆରମ୍ଭ ହୋଇ ଥିଲା । ସ୍ଥାନୀୟ ବିଧାୟକ ଏବଂ ସାଂସଦ ଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଓ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବା ପାଇଁ ଶହସ୍ର ଲୋକ ଏକତ୍ରିତ ହୋଇଥିଲେ । ଅନେକ ପଞ୍ଚାୟତ ୨୫ ରୁ ୫୦ କିମି ଦୂର

ରେ ଅବସ୍ଥିତ ଥିବା ହେତୁ ସରକାର ଙ୍କ ଯୋଜନା ସମ୍ବନ୍ଧରେ କିଛି ଜାଣି ପାରୁନାହାନ୍ତି ଏବଂ ଅବହେଳିତ ଅବସ୍ଥାରେ ରହି ଆସୁଛନ୍ତି ବର୍ତ୍ତମାନ ସରକାର କେତେକ ପଞ୍ଚାୟତ ସମିତି କୁ ଦୂରତା ତଥା ଗମନା ଗମନ ଦୃଷ୍ଟି ରୂ ପୁନର୍ଗଠନ କରିବାକୁ ଚିନ୍ତା କରିଛନ୍ତି। ଏଣୁ ଧୋତ୍ରା ଗ୍ରାମ ପଞ୍ଚାୟତ ଗୁଡିକର କେନ୍ଦ୍ର ସ୍ଥଳି ଏବଂ ଗମନା ଗମନ ସୁବିଧା ଦୃଷ୍ଟିରୁ ଧୋତ୍ରା କୁ ନୂତନ ବ୍ଲକ କରି ବାକୁ ଦାବି ହେଉଛି ।ଝରିଗାଁ ବ୍ଲକ ର ଧାମନା ଗୁଡା,

ଚାଟିଗୁଡା, ବକଡା ବେଡା, ଡଙ୍ଗରୀଗୁଡା, ଧୋଡ୍ରା, ଭିକ୍ଷା, କାନାକୋଟ ଓ ଉମରକୋଟ ବ୍ଲକ ର କାରାଗାଁ, ମୁଣ୍ଡିଗୁଡା, ସିଙ୍ଗିସାରୀ, ରାଜପୁର,, ଭଣ୍ଡାରୀଗୁଡା, ତୋରେଙ୍ଗା, ଏବଂ ଡାବୁଗାଁ ବ୍ଲକର ନନ୍ଦପୁରା, ଘୋଡାଖୁଣ୍ଟା ପଞ୍ଚାୟତ ପ୍ରମୁଖ ମିଶାଇବାକୁ ଦାବି ହୋଉଛି । ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସରପଞ୍ଚ ସଂଘ ବିଧାୟକ ନରସିଂ ଭତରା ଙ୍କୁ ଦାବି ପତ୍ର ପଦାନ କରିଥିବା ବେଳେ ନୂତନ ବ୍ଲକ କ୍ରିୟାନୁଷ୍ଠାନ ସମିତି ସାଂସଦ ପ୍ରତିନିଧ ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦେଇଛନ୍ତି । ବ୍ଲକ ର ବହୁ ଦୂରରେ ଥିବା ଉପାନ୍ତ ପଞ୍ଚାୟତ ର ଅଧିବାସୀ ଙ୍କ ନିକଟରେ ପ୍ରଶାସନିକ ସେବା ଆଜି ବି ଅପହଞ୍ଚ Iଜମିଜମା ମାଲିକ ମକଦମା, ବରିଷ୍ଠ ନାଗରିକ ଙ୍କ ପେନସନଜନିତ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ । ଏଥ୍ ପାଇଁ ପ୍ରାୟ ୪୦ କିଲୋମିଟର ଅତିକ୍ରମ କରିବାକୁ ପଡ଼ୁଛି।

ଏହି ଅବସରରେ ଏହି ଅଞ୍ଚଳ ର ଉନ୍ନତି ଏବଂ ବିକାଶ ପାଇଁ ସବୁବେଳେ ଚିନ୍ତିତ ଏଣୁ ଶତ ପ୍ରତିଶତ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଉପସ୍ଥାପନା କରିବେ ବୋଲି ଝରିଗାଁ ବିଧାୟକ ନରସିଂ ଭତରା ସମସ୍ତ ଙ୍କୁ ଆଶା ଦେଖାଇ ଛନ୍ତି । ଏହି ଅବସରରେ ଝରିଗାଁ ସାଂସଦ ପ୍ରତିନିଧୂ ଚନ୍ଦ୍ରଭାନୁ ନାୟକ, ଉଲଧର ମାଝୀ, ସମାଜ ସେବି କେଦାରସ୍ୱର ପଟ୍ଟନାୟକ, ବଂଶୀଧର ଭୂଇଁୟା, ମନୋଜ ପାତ୍ର, ମଙ୍ଗଳା ମାଝୀ, ହରି ପୂଜାରୀ, ଭାଗିରଥ ନାୟକ, ଅର୍ଜୁନ ସାମରଥ, ସୁକାଳୁ ଗଣ୍ଡ, ଅରବିନ୍ଦ ଗୁପ୍ତା, ବେଣୁଧର ମାଝୀ ବହୁ ପ୍ରମୁଖ ସମେତ ୧୪ ଗୋଟି ପଞ୍ଚାୟତ ର ତୃଣମୂଳ ସ୍ତର ରୁ ବହୁ ଜନତା ଉପସ୍ଥିତ ରହି ଆମର ଦାବି ପୂରଣ ହଉ ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button