ଗୋଷ୍ଠୀ ବିବ।ଦ ,ଶବ କୁ ଶ୍ମଶାନ ମନ। ପୋଲିସ ପ୍ରଶାସନ ହସ୍ତକ୍ଷେପ ୬ ଘଣ୍ଟା ପରେ ହେଲ। ଶେଷକୃତ
ଗୋଷ୍ଠୀ ବିବାଦ, ଶବକୁ ଶ୍ମଶାନ ମନା ପୁଲିସ୍ର ହସ୍ତକ୍ଷେପ, ୬ ଘଣ୍ଟା ପରେ ହେଲା ଶେଷକୃତ୍ୟ
ଡାବୁଗାଁ/ପାପଡ଼ାହାଣ୍ଡି,୧୦/୯: ଜଙ୍ଗଲ ଜମିକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ଶବକୁ ମିଳିଲାନି ଶ୍ମଶାନ ଦୀର୍ଘ ୬ ଘଣ୍ଟା ମୃତଦେହ ଘରେ ପଡ଼ି ରହିବା ପରେ ପୁଲିସ୍ ହସ୍ତକ୍ଷେପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ରାଣୀଶୋଲା ଗ୍ରାମରେ। ମୃତକ ହେଲେ ଯଦୁ ସାନ୍ତା (୭୦)।
ଯଦୁ ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ସକାଳ ସାଢ଼େ ୮ଟାରେ ଯଦୁଙ୍କ ମୃତ୍ୟୁ ହୋଇଥିଲା | ପରିବାର ଲୋକେ ମୃତଦେହକୁ ଶ୍ମଶାନକୁ ନେବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସେହି ଗ୍ରାମର ଗୋଟିଏ ଗୋଷ୍ଠୀ ଶବକୁ ଶ୍ମଶାନରେ ସତ୍କାର କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ । ଫଳରେ ମୃତକଙ୍କ ପରିବାର ଶବକୁ ଘରେ ପକାଇ ରଖିଥିଲେ । କୌଣସି ସୂତ୍ରରୁ ଡାବୁଗାଁ ପୁଲିସ ଖବର ପାଇବା ପରେ ରାଣୀଶୋଲା ଗାଁରେ ପହଞ୍ଚିଥିଲା । ପୁଲିସ୍କୁ ଦେଖି ବିଶୃଙ୍ଖଳାକାରୀ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ | ଫଳରେ ଅପରାହ୍ଣ ସାଢ଼େ ୨ଟାରେ ପରିବାର ଲୋକ ଯଦୁଙ୍କ ମୃତଦେହ ଶ୍ମଶାନକୁ ନେଇଥିଲେ | ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ରାଣୀଶୋଲା ଗ୍ରାମରେ ଜଙ୍ଗଲ ଜମିକୁ
ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି।