ନବରଙ୍ଗପୁର ସହର ର ବିକାଶ ଲ।ଗି ବ୍ଲୁ ପ୍ରିଣ୍ଟ
ନବରଙ୍ଗପୁର ସହର ବିକାଶ ଲାଗି ବ୍ଲୁ ପ୍ରିଣ୍ଟ
ନବରଙ୍ଗପୁର,ତା୧୦/୯
ନବରଙ୍ଗପୁର ପୌରାଞ୍ଚଳର ସର୍ବାଙ୍ଗୀନ ବିକାଶ ସହ ସହର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ସ୍ଥାନୀୟ ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ସମେତ ପୌର ଓ ଜିଲ୍ଲା ପ୍ରଶାସନ ମଙ୍ଗଳବାର ସକାଳୁ ଆରମ୍ଭକରିଛି କସରତ । ଜିଲ୍ଲାପାଳ ଡ. ମହେଶ୍ଵର ସ୍ବାଇଁ, ଏସପି ଏମ. ସନ୍ଦୀପ ସମ୍ପତ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ପୌରାଧ୍ଯକ୍ଷ କୁନୁ ନାୟକ, ନିର୍ବାହୀ ଅଧିକାରୀ ଡ ଅଶୋକ କୁମାର କର୍ଣ୍ଣଙ୍କ ସମେତ ସମସ୍ତ କାଉନସିଲର ଓ ଅନ୍ୟ ଅଧିକାରୀମାନେ ସମଗ୍ର ସହର ପରିକ୍ରମା କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ।
ସହରରେ ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ ସହ ପରିମଳ ବ୍ୟବସ୍ଥାରେ ସୁଧାର, ବିଭିନ୍ନ ଛକ ଓ ସାହିଗଳିରେ ଆବଶ୍ୟକ ଅନୁଯାୟୀ ଷ୍ଟ୍ରୀଟ ଲାଇଟ ଲଗାଇବା ସହ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ପ୍ରୟାସ ଆରମ୍ଭହୋଇଛି । ମଙ୍ଗଳମ ଟିମ୍ବର ଜଙ୍କସନରୁ ବାଇପାସ ରାସ୍ତାରେ ଯାନବାହାନ ଚଳାଚଳ କରୁଥିବା ବେଳେ ଟ୍ରାଫିକ ପୋଷ୍ଟ ଦୟନୀୟ ସ୍ଥିତିରେ ରହିଛି । ଏଥିସହିତ ଛକ ବୁଲାଣି ରାସ୍ତା ସଂକୁଚିତ ରହିଥିବାରୁ ଯାନବାହାନ
ଚଳାଚଳରେ ବ୍ୟାଘାତ ସହ ଅହେତୁକ ବିଳମ୍ବରୁ ଉତ୍କଟ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ପ୍ରବଣ ହୋଇଯାଇଛି । ଏଣୁ ଏହାର ସ୍ଥାୟୀ ସମାଧାନ ସହ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି ।
ସେହିଭଳି ପୁରୁଣା ଦୈନିକ ବଜାର ଆବର୍ଜନାମୟ ହୋଇ ଥିବାବେଳେ ସର୍ବସାଧାରଣଙ୍କ ସୁବିଧା ପାଇଁ ବ୍ୟବହାର ହୋଇପାରୁନାହିଁ । ଏଣୁ ମାର୍କେଟରେ ରହିଥିବା ଜରାଜୀର୍ଣ୍ଣ ଷ୍ଟଲ ଭଙ୍ଗା ଯିବାସହ ଏଠାରେ ନୂତନ
ଟ୍ରାଫିକ ନିୟନ୍ତ୍ରଣ ଓ ପରିମଳ ବ୍ୟବସ୍ଥାରେ ସୁଧାର ଅଣାଯିବ
ଅଧିକାରୀମାନଙ୍କ ସହ ଜିଲ୍ଲାପାଳ ଓ ଏସପିଙ୍କ ଅନୁଧ୍ୟାନ
ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ପ୍ରଶାସନ ଉଦ୍ୟମ କରୁଛି। ଏଥିସହିତ ସହର ସର୍ବାଙ୍ଗୀନ ଉନ୍ନତି ସହ ଆବଶ୍ୟକ ଇଣ୍ଡୋର ଷ୍ଟାଡିୟମ
ଓ ପାଠାଗାର ପ୍ରତିଷ୍ଠା ସହ ଶାସ୍ତ୍ରୀ ଭବନ ନବୀକରଣ ନିମନ୍ତେ ପ୍ରୟାସ କରାଯାଉଛି । ସୁସ୍ଥ ସବୁଜ ସହର ପରିକଳ୍ପନା ସହ ଅଧୁରା ରହିଥିବା ପାର୍କ ଓ ବସ ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଓ ଦୈନିକ ବଜାରରେ ଲାଗିରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ବିଭିନ୍ନ ଅଞ୍ଚଳ ପରିଦର୍ଶନ ସମୟରେ ବିଜେପି ନେତା ତଥା ପୂର୍ବତନ ନଗରପାଳ ପ୍ରହଲ୍ଲାଦ ତ୍ରିପାଠୀ, କାଉନସିଲର ଶର୍ମିଷ୍ଠା ଦେଓ ଓ ଏ. ସତୀଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।