District

ମ।ଟି ତଳୁ ଶିଶୁ ପୁତ୍ର ମୃତ ଦେହ ଜବତ

ମାଟି ତଳୁ ଶିଶୁ ପୁତ୍ର ମୃତଦେହ ଜବତ

ମୋରଡା / ରାସଗୋବିନ୍ଦପୁର,

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୋଲିସ ମଙ୍ଗଳବାର ଏକ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତଦେହକୁ ମାଟିତଳୁ ଉଦ୍ଧାର କରିଛି । ସୂଚନା ମୁତାବକ, ଉକ୍ତ ଥାନା ଅଧୀନ ନାକିଚୁଆ ପଞ୍ଚାୟତର ଭାଲୁଘେରା ଗ୍ରାମର ସମୀର ପାତ୍ରଙ୍କ ସ୍ତ୍ରୀ ଦୁଇମାସ ପୂର୍ବେ ମୃତ୍ୟୁବରଣ କରିଥିଲେ। ସମୀର ବାହାରକୁ କାମ କରିବାକୁ ଯିବାରୁ ତାଙ୍କ ଦେଢ଼ ବର୍ଷର ପୁତ୍ର ବାପୁନକୁ ସମ୍ପର୍କୀୟ ମାମୁ ରଘୁ ବେସ୍ରାଙ୍କ ଘରେ ରଖିଥିଲେ। ବାପୁନଙ୍କ ଦେହ ଅସୁସ୍ଥ ହେବାରୁ

ରଘୁଙ୍କ ପରିବାର ଲୋକେ ଔଷଧ ଆଣି ଦେଇଥିଲେ ମଧ୍ୟ ବାପୁନଙ୍କ ଶରୀର ସୁସ୍ଥ ହୋଇନଥିଲା । ତେବେ ଶିଶୁ ପୁତ୍ର ବାପୁନ ଗତ ସେପ୍ଟେମ୍ବର ୭ ତାରିଖ ରବିବାର ସନ୍ଧ୍ୟାରେ ମୃତ୍ୟୁବରଣ କରିବାରୁ ତାକୁ ମାଟି ଖୋଳି ପୋତି ଦେଇଥିଲେ। ତେବେ ବାପୁନଙ୍କ ମୃତ୍ୟୁକୁ ସନ୍ଦେହ କରି ଖୁଣ୍ଟା ବ୍ଲକ ଗୌଡ଼ଗାଁ ଗ୍ରାମର ତାଙ୍କ ଅଜା ଅଜୟ କୁମାର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପିଆରଏମ ମେଡିକାଲକୁ ପଠାଇଛି। ଏନେଇ ଥାନାରେ ଏକ ମାମଲା( ନଂ.୩୯/୨ २.११०/१४) 62 ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button