ଡାକ୍ତର ଖ।ନ। ପରିସର ସଫ। କଲେ ଚ।ର। ଲଗ।ଇଲେ ମନ୍ତ୍ରୀ
ଡାକ୍ତରଖାନା ପରିସର ସଫାକଲେ, ଚାରା ଲଗାଇଲେ ମନ୍ତ୍ରୀ
ଉମରକୋଟ, ୧୦/୯
ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।
ସ୍ୱଚ୍ଛ ଭାରତ ଅଭିଯାନରେ ଚିକିତ୍ସାଳୟ ପରିସର ସଫା କରାଯାଇଥିଲା। ମନ୍ତ୍ର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଭାଜପା କର୍ମୀମାନେ ମାନେ ମିଳିମିଶି ଏଥିରେ ଯେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଧାନ ମନ୍ତ୍ରୀଙ୍କ ଦ୍ବାରା ରା ଆହ୍ଵାନ କରାଯାଇଥିବା ମା ପାଇଁ ଗଛ ଟିଏ ଅଭିଯାନ ଅଧୀନରେ ଚା ଚାରାରୋପଣ କରା ଯାଇଥିଲା । ଚିକିତ୍ସାଳୟ ପରିସରରେ
ପ୍ରାୟ ୫୦ରୁ ଊର୍ଦ୍ଧ ଚାରାରୋପଣ କରାଯାଇଛି। ଏହାର ରକ୍ଷଣା ବେକ୍ଷଣ ଦାୟିତ୍ଵ ଚିକିତ୍ସାଳୟର ସମସ୍ତ କର୍ମଚାରୀ ନେବେ ବୋଲି ମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାକାରୀ ଡକ୍ଟର ସନ୍ତୋ ନ୍ତୋଷ କୁମାର ପଣ୍ଡା, ମେଡିକାଲ ନିରୀକ୍ଷକ ଡକ୍ଟର ଡକ୍ ଶରତ ଚନ୍ଦ୍ର ସେଠୀ, ରାଜ୍ୟ ଭାଜପା ଜପା ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ମନ୍ତ୍ର ପ୍ରତିନିଧ୍ ଅଶୋକ ପାଢ଼ୀ, ଏମ୍ପି ପ୍ରତିନିଧ୍ ରାମ ନାୟକ, ବାବୁଲା ସାହୁ, ପ୍ରଦୀପ ମିଶ୍ର, ଗୋପୀନାଥ ସ କୁମାର ବାବୁ ଶର୍ମା, ପ୍ରଭାତ ନାୟକ, ମାନସିକ ଦାସ, ରମେଶ ଦାସ ଓ ସତ୍ୟ ବେହେରା, ମିଲୁ ପଣ୍ଡା, ହସ୍ପିଟାଲ ମ୍ୟାନେଜର ଶୁଭ୍ରାଂଶୁ ପାଲଟାସିଂ, ଭୂଷଣ ବିଶ୍ବଜିତ ସୁନା, ବିପିନି ବିହାରୀ ମାଝିଙ୍କ ସହ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ।
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଅନ୍ୟମାନେ ଡାକ୍ତରଖାନା ପରିସର ସଫା କରୁଛନ୍ତି।