District

ସ।ପ କମୁଡ।ରେ ଭାଇଭଉଣୀ ମୃତ

ସାପ କାମୁଡାରେ ଭାଇଭଉଣୀ ମୃତ

ନବରଙ୍ଗପୁର, ୧୦/୯:

ନବରଙ୍ଗପୁରରେ ଅନ୍ଧବିଶ୍ଵାସର କରୁଣ ପରିଣତି ମଙ୍ଗଳବାର ଦେଖିବାକୁ ମିଳିଛି। ସାପ ଦଂଶନ ପରେ ମେଡିକାଲ ନେବା ବଦଳରେ ଗୁଣିଆ ନି କଟକୁ ଯାଇ ଝଡାଫୁଙ୍କା କରିବା ଯୋଗୁଁ ମେଡିକାଲ ନେବାରେ ବିଳମ୍ବ ହେବାରୁ ଚାଲିଗଲା ଭାଇଭଉଣୀଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଉମରକୋଟ ବ୍ଲକ ରାଜପୁର ଗାଁରେ ଘଟିଛି । ମୃତକ ହେଲେ ଭାଇ ଋତୁରାଜ ହରିଜନ ଏବଂ ଭଉଣୀ

ଅମିତା ହରିଜନ । ପରିବାର ଲୋକେ ଖାଇପିଇ ଘରେ ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଏକ ବିଷାକ୍ତ ସାପ କାମୁଡିଥିଲା । ପରିବାର ଲୋକେ ଏହା ଜାଣି ପ୍ରଥମେ ୨ ଜଣଙ୍କୁ ମେଡିକାଲ ନନେଇ ଗୁଣିଆ ପାଖରେ ଝଡାଫୁଙ୍କା କରିଥିଲେ । ପରେ ସ୍ଵାସ୍ଥ୍ୟବସ୍ଥା ଅଧୂକ ବିଗିଡିବାରୁ ଉମରକୋଟ ମେଡିକାଲ ନେଇଥିଲେ । ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button