ସବୁ ଦିନ ପାଇଁ ଆଲବିଦା କହି ଚାଲିଗଲେ କ୍ଷିତୀଶ ଗୁରୁଜୀ

ମାଲକାନଗିରି, ୧୦/୦୯: ମାଲକାନଗିରି ଜିଲ୍ଲା ବାଲିମେଳା ର ବରିଷ୍ଠ ତଥା ଅତି ପ୍ରିୟ ଶିକ୍ଷକ କ୍ଷିତୀଶ ରଞ୍ଜନ ଆଚାର୍ଯ୍ୟ ଙ୍କ ପରଲୋକ ହୋଇ ଯାଇଛି। କିଛି ବର୍ଷ ତଳେ ସେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇପଡ଼ିଥଲେ।
କିଛି ମାସ ତଳେ ଭୁବନେଶ୍ୱର ସ୍ଥିତ ଏକ ଘରେଇ ମେଡିକାଲ ରେ ତାଙ୍କର କିଡ଼ନୀ ଅସ୍ତ୍ରୋପଚାର ହୋଇ ଥିଲା। କିନ୍ତୁ ମଙ୍ଗଳବାର ଦିନ ତାଙ୍କର ମୃତ୍ୟ ଘଟିଥଲା।ମୃତ୍ୟ ବେଳକୁ ତାଙ୍କୁ ୫୨ ବର୍ଷ ହୋଇ ଥିଲା। ମୃତ୍ୟୁ ପୂର୍ବରୁ ସେ ନୀଳାଦ୍ରିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଥିଲେ।
ସରକାରୀ ଚାକିରୀ କରିବା ପୂର୍ବରୁ ସେ ବାଲିମେଳା ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁଜୀ ଭାବେ ମଧ୍ୟ କିଛି ବର୍ଷ ଶିକ୍ଷା ଦାନ କରିଥିଲେ। ତାଙ୍କର ମୃତ୍ୟ ଖବର ଜାଣିବା ପରେ ସମଗ୍ର ମାଲକାନଗିରି ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି ଏବଂ ଖାସ କରି ଶିକ୍ଷକ ସମାଜ କୁ ଗଭୀର ଆଘାତ ଲାଗିବ ସହ ସମସ୍ତେ ମର୍ମାହତ ଅଛନ୍ତି।
ତାଙ୍କର ଅନ୍ତିମ ଯାତ୍ରା ରେ ଶତାଧିକ ଜନସାଧାରଣ ଏବଂ ଶିକ୍ଷକ ବୃନ୍ଦ ଯୋଗ ଦେଇଥିଲେ।