DistrictKoraput

ଡୋଲିଗୁଡା ଗ୍ରାମରେ ମା ଗଜଲକ୍ଷ୍ମୀଙ୍କ ପୂଜା ପ୍ରସ୍ତୁତି ର ଶୁଭାରମ୍ଭ

ଲମତାପୁଟ, ୧୦/୦୯:ଆଜି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଲମତାପୁଟ ପଞ୍ଚାୟତ ଅଧୀନରେ ଥିବା ଡୋଲିଗୁଡା ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭାରମ୍ଭ କରାଯାଇଅଛି।

ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ଧୂପ ଦୀପ ନୈବେଦ୍ୟ ଦେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ମା ଗଜଲଷ୍ମୀ ପୂଜାର ଶୁଭାରମ୍ଭ କରାଯାଇଛି।ସୂଚନା ଅନୁଯାୟୀ ଆଜକୁ ୧୮ ବର୍ଷ ହେଲା ଡୋଲିଗୁଡା ଗ୍ରାମବାସୀ ଏହି ପୂଜା ଧୂମଧାମରେ କରିଆସୁଛନ୍ତି।

ଏହି ପୂଜା କୁମାର ପୁର୍ଣିମା ଠାରୁ ଆରମ୍ଭ କରି ଦୀର୍ଘ ୫ ଦିନ ପର୍ଯ୍ୟନ୍ତ ମାଆ ଙ୍କ ପୂଜାର୍ଚନା କରିଥାନ୍ତି ଗ୍ରାମବାସୀ। ଏହି ପୂଜାରେ ବ୍ଲକର ଅଧିକାଂଶ ଜନସାଧାରଣ ସାମିଲ ହୁଅନ୍ତି ଏବଂ ସମସ୍ତ ଭକ୍ତ ପାଇଁ ଅନ୍ନ ପ୍ରସାଦ ସେବନ କରନ୍ତି ଏବଂ ମା ଙ୍କ ଆଶୀର୍ବାଦ ନିଅନ୍ତି।

Sudarsan Rana (Block Reporter) Lamtaput

Related Articles

Leave a Reply

Your email address will not be published. Required fields are marked *

Back to top button