DistrictRayagada

ରାମନାଗୁଡା ବନବିଭାଗ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା, ୦୯/୦୯: ରାମନାଗୁଡା ବ୍ଲକର ବନବିଭାଗ ପକ୍ଷରୁ ଆଜି ରାମନାଗୁଡା ବ୍ଳକର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ରାମନାଗୁଡା ବ୍ଲକର ବନବିଭାଗର ଫାର୍ମ ହାଉସ ଠାରୁ ବାଜା ବଜାଇ 2ଟି ଟ୍ରାକ୍ଟରରେ 500ଲେଖାଏ ବୃକ୍ଷ ନେଇ ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର ଏବଂ ବନପାଳ ଅଧିକାରୀ ଜୟଦେବ ଶବର ବାହାରି ରାମନାଗୁଡା ବ୍ଲକ ଆଡ଼କୁ ଯାଇଥିଲେ।

ସେଠାରେ ବ୍ଳକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ଏବଂ ରାମନାଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ 500 ବୃକ୍ଷ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ। ତାପରେ ଆଉ 500 ଶହ ବୃକ୍ଷ କୁଜିନ୍ଦ୍ରି ଗ୍ରାମ ପଞ୍ଚାୟତକୁ ପଠାଯାଇଥିଲା।

ସେଠାରେ ସରପଞ୍ଚ ରମେଶ ଶବର ଏବଂ କୁଜିନ୍ଦ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ 500ବୃକ୍ଷ ଗ୍ରହଣ କରି ରୋପଣ କରିଥିଲେ। ଏଥିରେ ବନରକ୍ଷୀ ରଞ୍ଜିତା ଗୈାଡ ଓ କଳ୍ପନା ନାୟକ ଏବଂ ପାରା ଫରେଷ୍ଟ ଗାର୍ଡ ଲୋକନାଥ ଗୈାଡ ସହଯୋଗ କରିଥିଲେ। ତେବେ ମାଁ ଙ୍କୁ ମନେ ରଖିବା ପାଇଁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 75ତମ ଜନ୍ମଦିନ 17/09/2025 ତାରିଖ ସୁଦ୍ଧା ସମଗ୍ର ଭାରତରେ 75 ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି ।

ତେବେ ଗୁଣୁପୁର ବନାଞ୍ଚଳ,ରାୟଗଡା ବନଖଣ୍ଡ ତରଫରୁ ରାମନାଗୁଡା ବ୍ଳକର 12ଗୋଟି ପଞ୍ଚାୟତ ରେ 6000ହଜାର ବୃକ୍ଷ ରୋପଣ କରିବାର ସ୍ଥିର କରାଯାଇଛି ବୋଲି ବନପାଳ ଜୟଦେବ ଶବର କହିଛନ୍ତି । ଆଜି ଶୁଭାରମ୍ଭ କାର୍ଯ୍ୟକ୍ରମ ଟିକୁ ରାମନାଗୁଡା ବ୍ଲକର ବନବିଭାଗର ବନପାଳ ଜୟଦେବ ଶବର ପରିଚାଳନା କରିଥିଲେ।

Dhabaleswar Patri (Block Reporter) Ramanaguda

Related Articles

Leave a Reply

Your email address will not be published. Required fields are marked *

Back to top button