
କୋରାପୁଟ, ୦୯/୦୯: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ରାଜପୁଟ ପଞ୍ଚାୟତରେ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ମିଲେଟ ପ୍ରୋସେସିଂ ୟୁନିଟ ପରିଦର୍ଶନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବିଧାୟକ ଦଳନେତା ଓ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ, କୋରାପୁଟ ଜିଲ୍ଲାପାଳ ସହ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିବା ବେଳେ ସେମିଳିଗୁଡ଼ା ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, ଉପାଧ୍ୟକ୍ଷ ଶିବା ବାଙ୍ଗାରୀ, ସୁନାବେଡ଼ା ଚେୟାରମ୍ୟାନ ରାଜେନ୍ଦ୍ର ପାତ୍ର, ବିଡିଓ ଜ୍ୟୋସ୍ମିନ ପ୍ରଦାନ, ପିଇଓ ଲତା ପାତ୍ର, MBK, ସମସ୍ତ CRP ଓ ବ୍ୟାଙ୍କ ମିତ୍ରମାନେ ମିଲେଟ ପ୍ରୋସେସିଂ ୟୁନିଟର କାର୍ଯ୍ୟପଦ୍ଧତି, ଚାଷୀମାନଙ୍କୁ ହେବାକୁଥିବା ଲାଭ ଏବଂ ସ୍ଥାନୀୟ ନାଗରିକଙ୍କୁ ମିଳୁଥିବା ସୁବିଧା ବିଷୟରେ ବିସ୍ତୃତ ଆଲୋଚନା କରାଗଲା।