
କୋରାପୁଟ, ୧୦/୦୯: କୋରାପୁଟ ଜିଲ୍ଲାର ସୁନାବେଡା ପୌରପରିଷଦ ୧୯ ନଂ ୱାର୍ଡର ବିଳାଇଗୁଡ଼ା ଅଙ୍ଗନବାଡ଼ି (ସେଣ୍ଟର–୧) ରୁ ଆସୁଥିବା ଚାଉଳକୁ ବାଇକ୍ରେ ବାହାରକୁ ନେଇଯାଉଥିବା ବେଳେ ସ୍ଥାନୀୟ ଗଣମାଧ୍ୟମଙ୍କ ହାତରେ ଧରାପଡ଼ିଛି।
ଏହାକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କୁ ପଚାରାଯାଇଥିବା ବେଳେ ସେ ପୋକାଧରା ଚାଉଳ ଅନ୍ୟ ଜଣକୁ ଧାର ଦେଇଥିଲି ବୋଲି କହିଛନ୍ତି। ଏହା ସହିତ କଣ୍ଟ୍ରୋଲ ଚାଉଳ ଆସିଲେ ଅଙ୍ଗନବାଡ଼ିରେ ରଖାଯାଉଥାଏ ବାହାରକୁ ନେବା ମୋର ଭୁଲ ହୋଇଛି ବୋଲି ସ୍ୱୀକାର କରିଛନ୍ତି ସୁନାବେଡ଼ା ସିଡିପିଓ ମ୍ୟାଡମଙ୍କୁ ଏହି ବିଷୟରେ ପଚାରାଯାଇଥିବା ବେଳେ ସେ ଛୋଟ କର୍ମୀଙ୍କୁ ହିଁ ଧରାଯାଉଛି,ବଡ଼ କର୍ମୀଙ୍କୁ କେହି ଧରୁନାହାନ୍ତି ବୋଲି ସ୍ୱୀକାର କରିଥିବା ସହିତ,ଫୋନ୍ରେ କର୍ମୀଙ୍କୁ ଚାଉଳ ପୋକା ହୋଇଥିଲା,ଏହି ପାଇଁ ଘରକୁ ନେଇଥିଲି ବୋଲି କହିଦିଅ ବୋଲି କହିଥିବା ଅଭିଯୋଗ ହୋଇଛି ଏହା କେତେ ଦୂର ଯୁକ୍ତି ଯୁକ୍ତ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଅଙ୍ଗନବାଡ଼ି ପିଲାଙ୍କୁ ନେଇ ରାଜ୍ୟ ସରକାରଙ୍କ ଶିଶୁମାନଙ୍କ ପାଇଁ ଦିଆଯାଇଥିବା ଖାଦ୍ୟ ଯୋଜନାରେ ବାଟମାରଣ ହୋଇପାରୁଥିବାରୁ ଅଞ୍ଚଳରେ ଭାରି ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି ଦେଖାଯାଉ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେବେ ତାହାକୁ ନେଇ ଅପେକ୍ଷା।