୨୧ ରେ ମୋଦୀଙ୍କ ଯୁବ ମ।ର।ଥ।ନ ଆୟୋଜନ କରିବ ଯୁବ ବିଜେପି ମୋଛା
୨୧ରେ ‘ମୋଦି ଯୁବ ମାରାଥନ’
ଆୟୋଜନ କରିବ ବିଜେପି ଯୁବ ମୋର୍ଚ୍ଚା
ନିଶାମୁକ୍ତ ଭାରତ ଗଠନ ପାଇଁ ଆହ୍ବା ନ
ଭୁବନେଶ୍ଵର, ୯/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଏ । ଚଳିତ ବର୍ଷ ମୋଦିଜୀଙ୍କ ୭୫ ତମ ଜନ୍ମଦିବସ ପଡ଼ୁଥିବାରୁ ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବୃକ୍ଷଚାରା ରୋପଣଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଜେପି, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜନ କରାଯିବ । ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୧ରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ “ମୋଦି ଯୁବା ମାରାଥନ” ଆୟୋଜନ କରାଯିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସୂଚନା
ସାରା ଭାରତର ୭୫ ସ୍ଥାନରେ ହେବ
ସମସ୍ତଙ୍କ ସହଭାଗିତା ଜରୁରୀ
ସାମ୍ବାଦିକ ସମ୍ମିଳନୀ
ଭାରତୀ ତା ପାର୍ଟି, ଓ
ଦେଇଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ, ଆଜିର ବହୁ ଯୁବବର୍ଗ ନିଶାରେ କବଳିତ ହୋଇ ଦିଗହରା ହେବାରେ ଲାଗିଛନ୍ତି । ସେମାନଙ୍କୁ ସେବା ପକ୍ଷରେ ସଚେତନ କରି ନିଶାମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ ଦେବା ସହ ଅନିୟମିତ ଜୀବନ ଶୈଳୀ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ
ସାରା ଭାରତର ୭୫ ସ୍ଥାନରେ ମୋଦି ଯୁବ ମାରାର୍ଥ ନ ଆୟୋଜନ କରାଯିବ । ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୧ ତାରିଖରେ ସକାଳ ୬ଟା୧୫ରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଗଣଦୌଡ଼ ଅନୁଷ୍ଠିତ ହେବ। ଏଥିରେ ସାରା ରାଜ୍ୟରେ ୧୦ ହଜାରରୁ ଉର୍ଦୁ ଯୁବବର୍ଗ ସାମିଲ ହେବେ। ଏନେଇ ୭ସେପ୍ଟେମ୍ବରରୁ ସାରା ଦେଶରେ ଅଭିଯାନ ଆରମ୍ଭହୋଇଛି । ଏହାକୁ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦେଶର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ଯୁବମୋର୍ଜା ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟା, ଦେଶର ଫିଟନେସ୍ ଆଇକନ୍ ମିଲିନ୍ଦ ସୋମନ ଉଦ୍ଘାଟନ କରିଥିଲେ । ଏହି ମାରାଥନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ ବୋଲି ପଣ୍ଡା କହିଛନ୍ତି ।