District

ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲ

ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲ

ରୋଗୀ ସମ୍ପର୍କୀୟଙ୍କ ଲାଗି ରାତ୍ରୀ ଆଶ୍ରୟସ୍ଥଳୀ ନାହିଁ

କୋରାପୁଟ,ତ।୯/୯

କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସମ୍ପର୍କୀୟଙ୍କ ଲାଗି ରାତ୍ରି ଆଶ୍ରୟସ୍ଥଳୀ ନାହିଁ । ଏହି ହସ୍ପିଟାଲ ଉପରେ ପ୍ରତିଦିନ ନିର୍ଭର କରନ୍ତି ହଜାର ହଜାର ରୋଗୀ । ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକ ଏସଏଲଏନ ମେଡିକାଲ କଲେଜ ଉପରେ ନିର୍ଭରଶୀଳ। କିନ୍ତୁ ଏଠାକୁ ରୋଗୀଙ୍କ ସହ ଆସୁଥିବା ସମ୍ପର୍କୀୟମାନେ ହନ୍ତସନ୍ତ ହେଉଛନ୍ତି । ଦିନ ଦିନ ଧରି ଚିକିତ୍ସା ପାଇଁ ରହୁଥ‌ିବା ରୋଗୀ ସମ୍ପର୍କୀୟମାନଙ୍କ ପାଇଁ ଆଶ୍ରୟସ୍ଥଳୀ ନଥୁବାରୁ ସେମାନେ ରାତିରେ ବିଶ୍ରାମ ନେବା ଲାଗି ହନ୍ତସନ୍ତ ହେଉଛନ୍ତି। ଭିତରେ ରୋଗୀ ଚିକିତ୍ସା ଚାଲିଥିବାବେଳେ ସମ୍ପର୍କୀୟମାନଙ୍କ ପାଇଁ ମେଡ଼ିକାଲ ବାରଣ୍ଡା ହିଁ ସାହା ଭରସା । ଗୋଟିଏ ପଟେ ରାତି ବିତାଇବା ପାଇଁ ଆନୁସଙ୍ଗିକ ସୁବିଧା ନ‌ଥିବା ବେଳେ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ବାରା ହଇରାଣ ହରକତ ହେବା ସହ ଲୁଟର ଶିକାର ମଧ୍ଯ ହେଉଛନ୍ତି ସମ୍ପର୍କୀୟ । ମେଡିକାଲ କଲେଜକୁ ଆସୁଥିବା ରୋଗୀ

ସମ୍ପର୍କୀୟ ମାନଙ୍କ ପାଇଁ ରାତ୍ରୀ ଆଶ୍ରୟସ୍ଥଳୀ ନଥିବାରୁ ଆସିଥିବା ପରିବାରବର୍ଗ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମେଡିକାଲ ବାହାରେ ଯାହାକୁ ଯେଉଁଠି ଜାଗା

ଗାଈଗୋରୁ କରଙ୍କ ସହ ରାତି କଟୁଛି

ମିଳିଲା ସେଠାରେ ଖାଇବା ସହ ଶୋଇବାକୁ ପଡୁଛି ବୋଲି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରୁ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କୋରାପୁଟ

ଆସିଥିବା ଜଣେ ରୋଗୀ ସମ୍ପର୍କୀୟ ଜଗଦୀଶ ପଟ୍ଟନାୟକ କହିଛନ୍ତି। ଅବିଭକ୍ତ କୋରାପୁଟ ଭଳି ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ରୋଗୀ ଠାରୁ ଅଧିକ ଯନ୍ତ୍ରଣା ରୋଗୀ ସମ୍ପର୍କୀୟ ପାଉଥିବା ଅଭିଯୋଗ ହୋଇଛି। ମେଡିକାଲ ଭିତରେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ବାହାରେ ଖୋଲାମେଲାରେ ଗାଇ ଗୋରୁ ବୁଲା କୁକୁରଙ୍କ ସହ ରାତି କଟାଉଛନ୍ତି ରୋଗୀ ସମ୍ପର୍କୀୟ । ଖରା ଦିନରେ ବିଶେଷ ଅସୁବିଧା ହେଉନଥିବା ବେଳେ ଏବେ ବର୍ଷାଦିନରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତ୍ୟାଧୁନିକ ସେବା ଯୋଗାଇବାକୁ ସରକାରଙ୍କ ବିଭିନ୍ନ ଯୋଜନା ବାବେଳେ ଦୂର ଦୂରାନ୍ତରରୁ ଆସୁଥିବା ରୋଗୀ ସହ ସମ୍ପର୍କୀୟମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରା ଯାଇନାହିଁ । କିନ୍ତୁ ଦୁଃଖ ଓ ପରିତାପର କଥା ମେଡିକାଲ ପରିସରରେ ଗାଡ଼ି ପାକିଂ ପାଇଁ ସ୍ଵତନ୍ତ୍ର ସେଡ ଥିବା ଏକାଧିକ ପାର୍କି ୟାର୍ଡ ନିର୍ମାଣ କରାଯାଇଛି କିନ୍ତୁ ମଣିଷ କଥା ଭୁଲି ଯାଇଛନ୍ତି। ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ସମସ୍ୟାର ସମାଧାନ ପ୍ରତି କାହାରି ନିଘା ନାହିଁ କି ଆନ୍ତରିକତା ଥିବା ଭଳି ମନେ ହେଉନି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button