ଶୁଣିଲ।ନି ପ୍ରଶ।ସନ ଶ୍ମଶାନ ରାସ୍ତା ମର।ମତି କଲେ ସେଛ।ସେବୀ
ଶୁଣିଲାନି ପ୍ରଶାସନ
ଶ୍ମଶାନ ରାସ୍ତା ମରାମତି କଲେ ସ୍ବେଚ୍ଛାସେବୀ
ନବରଙ୍ଗପୁର, ୮/୯: ନବରଙ୍ଗପୁର ସହରର ଇନ୍ଦ୍ରାବତୀ ନଦୀ ପାର୍ଶ୍ଵରେ ଥିବା ଶ୍ମଶାନ ରାସ୍ତା ଶୋଚନୀୟ ହୋଇପଡ଼ିଥିଲା । ବାରମ୍ବାର ପ୍ରଶାସନକୁ ଅବଗତ କରିବା ସତ୍ତ୍ବେ କିଛି ପଦକ୍ଷେପ ନେଲେ ନାହିଁ । ଶେଷରେ ସାମାଜିକ ସଂଗଠନ ଆଇକନ୍ ଇନ୍ ମୋଶନର ଯୁବ ସ୍ୱେଚ୍ଛାସେବୀମାନେ ନିଜସ୍ବ ଉଦ୍ୟମରେ ଶ୍ମଶାନ ରାସ୍ତା ମରାମତି କରିଛନ୍ତି। ରାସ୍ତାରେ କ୍ରସର ଗୁଣ୍ଡ ପକାଇ ଜେସିବି ଲଗାଇ ମରାମତି କରିଛନ୍ତି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର କରିବା ପାଇଁ ଜିଲ୍ଲା ନାଗରିକ ଗରିକ କମିଟିର ସମ୍ପାଦକ ରାମପ୍ରସାଦ ପାତ୍ର, ଆଇକନ୍ ଇନ୍ ମୋଶନର ଯୁବ ସମାଜସେବୀ ରଣେନ୍ଦ୍ର ପ୍ରତାପ ତ୍ରିପାଠୀ ଓ ଅନ୍ୟ ମାନେ ନ ଅନୁରୋଧ କରିଛନ୍ତି ସଦସ୍ଯ
ନବରଙ୍ଗପୁର ଜିଲ୍ଲା ନାଗରିକ କମିଟି, ସାମାଜିକ ସଂଗଠନ ଆଇକନ୍ ଇନ୍ ମୋଶନ ସହ ବିଭିନ୍ନ ସାମାଜିକ ସଂଗଠନ ପୌରାଞ୍ଚଳର ଏକ ମାତ୍ର ମୁଖ୍ୟ ଶ୍ମଶାନର ଅତି ବିପର୍ଯ୍ୟସ୍ତ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ପୌରପାଳିକା ଓ ବିଧାୟକ ଗୌରୀଶଙ୍କର ମାଝୀଙ୍କ ଅନୁରୋଧ କରିଥିଲେ। ନିଳେ
ବିଧାୟକ ନନ୍ଦାହାଣ୍ଡି ବିଡିଓ, ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରିବା ସହ ମରାମତି କରିବାକୁ କହିଥିଲେ । କିନ୍ତୁ ମରାମତି ପାଇଁ କେହି ଦୃଷ୍ଟି ଦେଇ ନଥିଲେ। ଗତ କିଛି ଦିନ ତଳେ ସପ୍ତାହକ
ମଧ୍ୟରେ ସହରର ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ରାସ୍ତାରେ ବଡ଼ ବଡ଼ ଗର୍ଭ ହୋଇ ପାଣି ଜମି ରହୁଥିବାରୁ ଶ୍ମଶାନକୁ ଯିବାରେ ସମସ୍ୟା ହେଉଥିଲା। ଗତ ୨୦99-୨୩ ଆର୍ଥିକ ବର୍ଷରେ ଶ୍ମଶାନ ଉନ୍ନୟନ ପାଇଁ ଏକ କୋଟି ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉନ୍ନୟନ କରାଯାଇନି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି। ଆଇକନ୍ ଇନ୍ ମୋଶନ୍ ପକ୍ଷରୁ ରାସ୍ତା ସାମୟିକ ମରାମତି କରିଥିବାରୁ ଜିଲ୍ଲା ନାଗରିକ କମିଟି କତଜ୍ଞତା ଜଣାଇଛି।