District

କୋରାପୁଟ ସିଙ୍ଗାପୁର ରେଳ ଲ।ଇନ୍ ଦୋହରୀକରଣ ପ୍ରକଳ୍ପ

କୋରାପୁଟ–ସିଙ୍ଗାପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପ

୬ ଟନେଲ୍‌ ପାଇଁ ୩୮୩ କୋଟିର ଟେଣ୍ଡର

ଜୟପୁର, ୮/୯: କୋରାପୁଟ-ରାୟଗଡ଼ାର ସିଙ୍ଗାପୁର ରୋଡ୍ ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପ ଆଉ ପାବେ ଆଗେଇଛି । ଚୁଟ୍‌ର ଟିକିରି ଏବଂ ରାଉଳି ଷ୍ଟେସନ୍‌ ମଧ୍ୟରେ ୬ ଟନେଇ ତିଆରି ହେବ। ଏଥିଲାଗି ୩୮୩ କୋଟିରୁ ଅଧିକ ଟଙ୍କାର ଟେଣ୍ଟର ଆହ୍ୱାନ କରାଯାଇଛି । ଏଥିରେ ଟନେଲ୍‌ ନିର୍ମାଣ ସହ ଆଲୋକୀକରଣ ଏବଂ ଆନୁଷଙ୍ଗିକ କାର୍ଯ୍ୟକରାଯିବ । ପୂର୍ବତଟ ରେଲୱେ ପକ୍ଷରୁ ଏହି ସୂଚନା ମିଳିଛି ।

ଭାରତର ରାଷ୍ଟ୍ରପତିଙ୍କ ପକ୍ଷରୁ ଇ-ଟେଣ୍ଡର ଆହ୍ୱାନ କରିଛି ପୂର୍ବତଟ ରେଲୱେର ନିର୍ମାଣ ବିଭାଗ । ଚିଡି ଟାଇପ ରହିଛି ଇପିସ(ଇଞ୍ଜିନିୟରିଂ, ପରମେଣ୍ଟ ଏବଂ କନ୍ମଷ୍ଟକସନ୍) ସିଙ୍ଗଲ୍‌ମୋଡ୍‌ । ବିଭାଗୀୟ

ଟିକିରି-ରାଉଲି ମଧ୍ୟରେ ତିଆରି ହେବ

ସୂଚନା ଅନୁଯାୟୀ, କୋରାପୁଟ-ସିଙ୍ଗାପୁର ରେଳଲାଇନ୍ ଦୋହରାକରଣ ପ୍ରକଳ୍ପର ୫ ଓ ୬, ୭. ୮. ୯ ଓ ୧୦, ୧୧ ଏବଂ ୧୨ ଟିନେଇ କାମ ହେବ । ଅବସ୍ଥିତି ରହିଛି ଟିକିରି(୮୩୦୬୫) ଏବଂ ରାଇଜି(୯୫.୨୫୦) ଷ୍ଟେସନ୍ ମଧ୍ୟବର୍ତ୍ତି ଅଞ୍ଚଳରେ । ଉଭୟ ଷ୍ଟେସନ୍ ମଧ୍ୟରେ କେବଳ ଟନେଲ ନୁହେଁ, ଆଲୋକାକରଣ(ଇ-ମିନେସନ୍) ଏବଂ ଅନ୍ୟାନ୍ୟ କାମ କରାଯିବ । ଟେଣ୍ଡର ଦାମ ରହିଛି ୩୮୩ କୋଟି ୩୫ ଲକ୍ଷ ୭୭ ହଜାର ୮୬୮

ଟଙ୍କା। ଦୁଇଟି ପ୍ର-ବିଜ୍ କନଫରେନ୍ସ ତାରିଖ ରହିଛି । ସେ ଗୁଡ଼ିକ ହେଉଛି ସେପ୍ଟେମ୍ବର ୧୦ ଏବଂ ୨୬। ଅକ୍ଟୋବର ୧୭ରେ ବିଜିଂ

ଆରମ୍ଭ ହୋଇ ୩୧ ତାରିଖ ମଧ୍ୟାହ୍ନ ୧୨ଟାରେ ଟେଣ୍ଡର ବନ୍ଦ ହେବ । ମାନୁଆଲ‌୍ ଅଫର ଗ୍ରହଣ କରାଯିବନି । ଅଢେଇବର୍ଷ (୩୦ ମାସ) ମଧ୍ୟରେ

ନିର୍ମାଣ ସାରିବା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ସୂଚନାଥାଉକି, କୋରାପୁଟ ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପ ହେଉଛି ପ୍ରାୟ ୧୬୫ କିମି। ପାହାଡ଼ପର୍ବତ ଘେରା ଏହି ରୁଟ୍ ରାୟଗଡ଼ା ଜଙ୍କସନ୍ ସହ କୋରାପୁଟ, ଜୟପୁର, ଜଗବଲପୁରକୁ ଯୋଡିଛି । ବାମନଯୋଡ଼ି ନାଲକୋ, ସୁନାବେଡ଼ା ହାଇ ଭଳି ବୃହତ ପ୍ରକଳ ଏହି ରୁଟ୍‌ରେ ରହିଛି I କୋରାପୁଟ ଜଙ୍କସନ୍‌ରେ କୋଟାବାଲସା-କିରଣ୍ଟୁଲ୍(କେ-କେ) ଲାଇନ୍‌କୁ ସଂଯୋଗ କରୁଛି । ମୁଖ୍ୟତଃ ମାଲ ପରିବହନ ଲାଗି ଉଦ୍ଦିଷ୍ଟ ଏହି ରୁଟ୍‌ରେ ବହୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁଛି I ସିଙ୍ଗଲ୍ ଲାଇନ୍, ଭୂଗୋଳ ଯୋଗୁ ଅଧିକାଂଶ ସମୟରେ ଟ୍ରେନ୍ ଚଳାଚଳ ପ୍ରଭାଦିତ ହେଉଛି । ଦ୍ଵିତୀୟ ଲାଇନ୍ ହୋଇଗଲେ ବହୁମାତ୍ରାରେ ସମସ୍ୟା ସମାଧାନ ହୋଇଯିବ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button