,ଗୋଚାଲାଣ ବେଳେ ପିଅପ ଦୁର୍ଘଟଣାଗ୍ରସ୍ତ ,ଡ୍ରାଇଭର୍ ଫେରାର
ଗୋ ଚାଲାଣ ବେଳେ ପିଅପ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଫେରାର
ରାଇଘର, ୮/୯
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ
ଗୋଚାଲାଣ ହେଉଥିବା ବେଳେ ରବିବାର
ପିକଅପ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଘଟଣାସ୍ଥଳରୁ ସମସ୍ତ ଗାଈକୁ ସୁରକ୍ଷିତ
ଉଦ୍ଧାର କରାଯାଇଛି। ଗାଡ଼ି ଚାଳକ
ଫେରାର ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ୩ଟାରେ ଆନ୍ଧ୍ର ପ୍ରଦେଶର ଏକ ପିକ୍ଅପ ଭ୍ୟାନ୍(ଏପି–୩୯ ୱାଇ– ୬୦୦୫) ଯୋଗେ ରାଇଘର ହାଟରୁ ବେଆଇନ୍ ଭାବେ ଗାଈ ନେଇ ଯାଉଥିଲା। ରାଇଘର–କୁନ୍ଦେଇ ୪୦ ନମ୍ବର ମୁଖ୍ୟ ରାସ୍ତାର ଲା ଲାଲମାଟି ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଗାଈକୁ ଉଦ୍ଧାର କରିଥିଲେ। ଖବର ପାଇ ରାଇଘର ପୋଲିସ ଘଟଣାସ୍ଥଳରେ
ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଚାଲାଣକାରୀଙ୍କ
ଗୋଚାଲାଣ ରୋକିବାକୁ ଦାବି
ଜବତ ହୋଇଥିବା ଗାଡ଼ି।
ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ରାଇଘର–ଉମରକୋଟ ମୁଖ୍ୟ ରାସ୍ତା ବଦଳରେ ଚାଲାଣକାରୀ ଭାରତମାଳା ରାସ୍ତାରେ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜ୍ୟର ନମ୍ବର ପ୍ଲେଟ୍ ଲଗାଇ ଇ ଗୋ ଚାଲାଣ ହେଉଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।